ତ୍ରିନାଥ ମନ୍ଦିର ଗର୍ଭମୁଦ ସ୍ଥାପନା

0
280

ଭଞ୍ଜନଗର : ବେଲଗୁଣ୍ଠା ନିକଟସ୍ଥ କଲ୍ୟାଣପୁର ଗ୍ରାମରେ ତ୍ରିନାଥ ମନ୍ଦିରର ଗର୍ଭମୁଦ ସ୍ଥାପନା ହୋଇଯାଇଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ନିର୍ମାଣ ହେଉଥିବା ମନ୍ଦିର ନିକଟରେ ଆଜି ଗ୍ରାମବାସୀଙ୍କ ତରଫରୁ ପୂଜାର୍ଚ୍ଚନା କରାଯାଇ ମନ୍ଦିର ଉପରେ ରିତିନିତି ପ୍ରକାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାମକୀର୍ତନ ବାଦ୍ୟ ବାଦଣା ରେ ଗ୍ରାମ ଉସ୍ଛବ ମୁଖରିତ ହେବା ସହ ମନ୍ଦିର ନିକଟରେ ହୋମ ଆଦି କରାଯାଇଥିଲା । ଗାଁ ର ପ୍ରତି ଘରସମ୍ମୁଖରେ ପୂର୍ଣ୍ଣ କଳସ ବଢାଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏଥିରେ ଗାଁ ର ନାରାୟଣ ସ୍ବାଇଁ, ଧବଳେଶ୍ବର ସାହୁ, ଭଗବାନ ଗୌଡ଼, ଇନ୍ଦ୍ରମଣି ଗୌଡ଼, ନବ ସାହୁ, ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here