ଗୋଷାଣୀନୂଆଗାଁ ଥାନାରେ ଭ୍ରାମ୍ୟମାଣ ରାକ୍ରଦାନ ଶିବିର

0
327

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗୋଷାଣୀନୂଆଗାଁ ଥାନାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଯୋଗଦେଇଥଲେ । ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିରେ ଆୟାଜିତ ଶିବିରରେ ଥାନା ଅଧିକାରୀ ସୁମିତ ସୋରେନଙ୍କ ସହ ବହୁ ପୁଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ୮ରୁ ଉର୍ଦ୍ଧ କର୍ମଚାରୀ ରକ୍ତଦାନ କରିଥିବା ବେଳେ ସ୍ଥାନୀୟ ଥାନା ଅଞ୍ଚଳର ବହୁ ସମାଜସେବୀ ଓ ସାମାଜିକ କର୍ମୀ ଯୋଗଦେଇ ଉତ୍ସାହର ସହ ରକ୍ତଦାନ କରିଥିଲେ । ୪୦ରୁ ଉର୍ଦ୍ଧ ରକ୍ତ ୟୁନିଟ୍ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ମନିତା ଦାସ, ରବୀନ୍ଦ୍ର ସାହୁ, ରିଟୁ କୁମାର ପଣ୍ଡା, ଟୁନା ପାଣିଗ୍ରାହୀ, ସୁରତ କୁମାର ପଣ୍ଡା, ବାବୁଲା ସେଠୀ, କୃଷ୍ଣ ଚନ୍ଦ୍ର ପାତ୍ର, ଲକ୍ଷ୍ମୀ ପାତ୍ର, ଧିରସ୍ ସାବତ ପ୍ରମୁଖ ଯୋଗଦେଇ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ‌ ଟାଉନ୍ ଏସଡିପିଓ ବିଷ୍ଣୁ ପତି ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । । ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ ରକ୍ତଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here