କହ୍ନେଇପୁର ଛକରେ ସଡ଼କ ଦୁର୍ଘଟଣା, ଅଟୋ କୁ ପିଟିଲା କାର,୧୩ ଆହତ

0
287

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହ୍ନେଇପୁର ଛକରେ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା କାର । ଅଟୋରେ ବସିଥିବା ଡ୍ରାଇଭର ସମେତ ୧୩ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ହୋଇଥିବା ସମସ୍ତ ଶ୍ରମିକ କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଜଗନ୍ନାଥ ସାହିର ବୋଲି ସୂଚନା ମିଳିଛି । ଅଟୋ ନମ୍ବର OD 12 A 4805 ଯୋଗେ ଜମିରେ ତଳି ରୋଇବା ପାଇଁ ବାଲୁଗାଁ ନିକଟସ୍ଥ ଧୂଆଁଳ ଗ୍ରାମ କୁ ଯାଇଥିଲେ । ସନ୍ଧ୍ୟାରେ ଫେରିବା ସମୟରେ କହ୍ନେଇପୁର ଛକରେ ଶ୍ରମିକ କୁ ନେଇ ଯାଉଥିବା ଅଟୋଟି ରାସ୍ତା ପାର ହେଉଥିବା ବେଳେ ବ୍ରହ୍ମପୁର ପଟୁ ଆସୁଥିବା କାର ନମ୍ବର OD 02 X 2378 ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ଅଟୋଟି ଘଟଣା ସ୍ଥଳରେ ଓଲଟି ପଡିଥିଲା । ଫଳରେ ଅଟୋ ଡ୍ରାଇଭର ସୁଦାମ ଦାସ ଓ ୧୨ଜଣ ଶ୍ରମିକ ପିଙ୍କି ଦାସ, ତମ୍ବାଳୁ ଦାସ, ବଇଁଶୀ ଦାସ, ଶାନ୍ତି ଦାସ, ଚନ୍ଦୁରି ଦାସ, ସୁକାନ୍ତି ଦାସ, ଅନି ଦାସ, ଫାଶୀ ଦାସ, ଗାଣ୍ତୁ ଦାସ, ପୂଜା ଦାସ, ମାମା ଦାସ ଦେବ ଦାସ ଆହତ ହୋଇଥିଲେ । ଆହତ ଶ୍ରମିକ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଓ ଦମକଳ ଗାଡି ଯୋଗେ ତୁରନ୍ତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଖବରପାଇ ଭେଜିପୁଟ ଫାଣ୍ତି ଅଧିକାରୀ ମନୋଜ କୁମାର ପ୍ରଧାନ ଘଟଣାସ୍ଥଳରେ ପହଁଚି ଅଟୋ ଓ କାର୍ କୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here