ପରିବହନ କାଯ୍ୟାଳୟ ପକ୍ଷରୁ ରକ୍ଷକ ତାଲିମ ଶିବିର ଅନୁଷ୍ଠିତ

0
240

ଭଞ୍ଜନଗର: ଭଞ୍ଜନଗର ଆଞ୍ଚଳିକ ପରିବହନ କାଯ୍ୟାଳୟ ପକ୍ଷରୁ ରକ୍ଷକ ଫେଜ -୨ ପ୍ରକଳ୍ପ ଅଧୀନରେ ଫାଷ୍ଟ ଏଇଡ଼ ତାଲିମ ଶିବିର ନୂତନ ପରିବହନ କାଯ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ତାଲିମ ଶିବିର କୁ ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର, ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। କାଯ୍ୟକ୍ରମରେ କ୍ଷେତ୍ରୀୟବ୍ରହ୍ମପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷ ବି.ଗୋବିନ୍ଦ ରାଓ,ମାଣିତରା କଲେଜ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ଆଚାର୍ଯ୍ୟ,ଜଗନ୍ନାଥ ପ୍ରସାଦ କଲେଜ ଓଡ଼ିଆ ଅଧ୍ୟାପକ ଲୋକନାଥ ମହାନ୍ତି ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ବିଶେଷ କରି ରାସ୍ତାରେ ସଡକ ଦୁର୍ଘଟଣା ହେବା ସମୟରେ ଆହତଙ୍କୁ ଡାକ୍ତରଖାନା ନେବା ପୂର୍ବରୁ କିଭଳି ତ୍ୱରିତ ଚିକିତ୍ସା ଦେବା ସହ ମେଡ଼ିକାଲ ନେବା ବ୍ୟବସ୍ଥା କରିବା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଆହତ ଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରିବା ସହ ସିପିଆର,ମୁହଁ ଦ୍ୱାରା ଅମ୍ଳଜାନ ଦେବା,ରକ୍ତସ୍ରାବ ବନ୍ଦ କରିବାର ଉପାୟ ଓ ବ୍ୟବହାରିକ କାଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏଥି ସହିତ ଦୁର୍ଘଟଣା ବହୁଳ ସ୍ଥାନରେ ଦୋକାନ କରିଥିବା ଲୋକ ମାନେ ହିଁ ଆହତ ଙ୍କ ନିକଟରେ ପ୍ରଥମେ ପହଞ୍ଚୁଥିବା ରୁ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ବହୁଳ ଅଞ୍ଚଳର ବ୍ୟବସାୟୀ,ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଙ୍କୁ ଏଭଳି ତାଲିମ ଶିବିରରେ ସାମିଲ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ସମାଜସେବୀ ଶୂଳପାଣି ଶତପଥୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିପଦର ବନ୍ଧୁ,ହେଲପିଙ୍ଗ ହେଣ୍ଡ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here