ନାରାୟଣୀ ଛକରେ ଅବକାରୀ ବିଭାଗର ଚଢ଼ାଉ ; ୯୫ ଲିଟର ଦେଶିମଦ ସହ ବାଇକ ଜବତ, ଜଣେ ଗିରଫ

0
293

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଆଜି ଖଲ୍ଲିକୋଟ ଅବକାରୀ ଥାନା ପୋଲିସ ପକ୍ଷରୁ ନାରାୟଣୀ ଛକ ଠାରେ ଚଢ଼ାଉ କରାଯାଇ ୯୫ ଲିଟର ଚୋରା ଦେଶିମଦ, ଗୋଟିଏ ବାଇକ ଜବତ କରିବା ସହ ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଖଲ୍ଲିକୋଟ ଅବକାରୀ ଥାନା ଅଧିକାରୀ ‍ଅଜିତ କୁମାର ପାତ୍ର ଚୋରା ଦେଶିମଦ ଚାଲାଣ ହେଉଥିବା ଖବର ପାଇ ସଦଳବଳେ ଆଜି ସକାଳ ୬ଟା ସମୟରେ ନାରାୟଣୀ ଛକ ଠାରେ ଚଢ଼ାଉ କରି ୯୫ ଲିଟର ଦେଶିମଦ, ଗୋଟିଏ ହୋଣ୍ତା ୟୁନିକନ୍ ବାଇକ ଜବତ କରିବା ସହ ଖଲ୍ଲିକୋଟ ଅବକାରୀ ଥାନା କେସ ନମ୍ବର ୩୮/୨୦୨୧-୨୨ ଅନୁସାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଛକାସିଂ ଗ୍ରାମର ବିପ୍ର ସବର ନାମକ ଯୁବକଙ୍କୁ ଗିରଫ କରାଯାଇ ଆଜି ପୂର୍ବାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ଅଜିତ କୁମାର ପାତ୍ର ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here