ୟୁରିଆ ସାର ଯୋଗାଇ ଦେବା ପାଇଁ ରାସ୍ତାରୋକ, ପ୍ରଶାସନ ର ପ୍ରତିଶୃତି ପରେ ରାଜରାସ୍ତା ରୁ ଓହରିଲେ ଚାଷୀ

0
473

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ବର୍ତମାନ ଚାଷୀ ମାନଙ୍କ ସବୁଠାରୁ ଅଧିକ ଆବଶ୍ୟକ ହେଉଛି ୟୁରିଆ ସାର। ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ବାରମ୍ବାର ୟୁରିଆ ସାର ଯୋଗାଇ ଦେବା ପାଇଁ ଲିଖିତ ଅନୁରୋଧ କରି ବିଫଳ ହେବା ପରେ, ଆନ୍ଦୋଳନ କୁ ହିଁ ବିକଳ୍ପ ଭାବେ ବାଛି ନେଲେ ଚାଷୀ। ବିଭିନ୍ନ ଚାଷୀ ସଂଗଠନ ସଂଘବଦ୍ଧ ଭାବେ ୧୦ ତାରିଖ ସକାଳ ଏଗାର ଘଣ୍ଟା ସମୟରେ ଡାବୁଗାଁ ମୁଖ୍ୟ ଛକ କୁ ଅବରୋଧ ରାଜ୍ୟ ରାଜପଥ ୩୯ ଉପରେ ବସି ରାସ୍ତା ଅବରୋଧ କରି ରଖିଲେ। ଫଳରେ ଜୟପୁର ଠାରୁ ରାୟପୁର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ଡାବୁଗାଁ ଦେଇ ଗାଡି ଯାତାୟାତ କରି ପାରିଲା ନାହିଁ। ଡାବୁଗାଁ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ରାଷ୍ଟ୍ରବାଦୀ କୃଷକ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ରାଜେଶ ଜାନୀ, ଡାବୁଗାଁ କୃଷକ ମହାସଂଘ ର ଉପ ସଭାପତି ରାଜେନ୍ଦ୍ର ମିଶ୍ର,ବ୍ଲକ କଂଗ୍ରେସ ସଭାପତି ଜି. ସାଇରାଜୁ ଏବଂ ଗୁପ୍ତ ବିଷୟୀ ଙ୍କ ନେତୃତ୍ବରେ ହଜାର ହଜାର ଚାଷୀ ତହସିଲ କାର୍ଯ୍ୟାଳୟ ନିକଟରୁ ଆସି ମୂଖ୍ୟ ଛକ କୁ ଅବରୋଧ କରିଥିଲେ। ଦେବୀ ପ୍ରସାଦ ରଥ, ପିଣ୍ଟୁ ଜେନା, ଈଶ୍ୱର ପୂଜାରୀ, ନରେଶ ସିଂ, ବଗୁଲା ଜେନା, ଶୁଭଜିତ୍ ପାଣିଗ୍ରାହୀ, ରତ୍ନ କଲାର, ବିଶ୍ବନାଥ କଲାର,ବନ ସିଂ ମାଝୀ, ଜଗନ୍ନାଥ ସିଂ ପ୍ରମୁଖ ଆନ୍ଦୋଳନ ରେ ଭାଗ ନେଇ ଥିଲେ। ଅପରାହ୍ନ ରେ ପୂର୍ବତନ ଡାବୁଗାଁ ବିଧାୟକ ଭୂଜବଳ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ ଏବଂ ଅନ୍ୟମାନେ ଆନ୍ଦୋଳନକାରୀ ମାନଙ୍କ ସହ ଯୋଗ ଦେଇ ଆଲୋଚନା କରିଥିଲେ। ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଙ୍କ ସହ ଆଲୋଚନା କରିବା ପରେ ଆଗାମୀ କଲି ଚାଷୀଙ୍କୁ ସାର ଯୋଗାଇ ଦିଆଯିବ ବୋଲି ସହକାରୀ କୃଷି ଅଧିକାରୀ ଦୁର୍ଯ୍ୟୋଧନ ଯାନୀ କହିଥିଲେ । ପରେ ସାର ମିଳିବାର ଲିଖିତ ପ୍ରତିଶ୍ରୁତି ପାଇ ଚାଷୀମାନେ ରାଜ ରାସ୍ତା ରୁ ଓହରି ଥିଲେ। ଡାବୁଗାଁ ଥାନା ଆଇଆଇସି ସୁରେନ୍ଦ୍ର କୁମାର ବେହିରିଆ ଙ୍କ ସହ ଥାନା କର୍ମଚାରୀ ଓ ୧ ପ୍ଲାଟୁନ ପୋଲସ ଫୋର୍ସ ଏହି ଆନ୍ଦୋଳନ ର ସୁରକ୍ଷା ଦାଇତ୍ୱ ରର ଥିଲେ ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here