ବେଲଗୁଣ୍ଠା ବ୍ଳକ୍ ରୁ କୁଞ୍ଜବିହାରୀ ହେଲେ ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ; ଅଞ୍ଚଳରେ ଖୁସିର ଲହରୀ

0
226

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଳକ୍ ବିଜେଡ଼ିର ଟାଣୁଆ ନେତା କୁଞ୍ଜବିହାରୀ ନାୟକ ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ ରୂପେ ମନୋନୀତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା କ୍ଷତ୍ରିୟବରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଳାପରିଷଦ ସଭ୍ୟ ତଥା ବର୍ତ୍ତମାନର କ୍ଷତ୍ରିୟବରପୁର ପଞ୍ଚାୟତ ବିଜେଡ଼ି ସଭାପତି କୁଞ୍ଜବିହାରୀ ନାୟକ ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ପାଇଛନ୍ତି I ଏନେଇ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମିଡ଼ିଆ ସେଲ୍ ସାଧରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ସ୍ଵାକ୍ଷରିତ ଏକ ତାଲିକା ପ୍ରକାଶ ପାଇଛି I ବେଲଗୁଣ୍ଠାରୁ ନିଯୁକ୍ତ ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ନାୟକ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିବା ବେଳେ ତାଙ୍କର ଅଜା ସ୍ଵର୍ଗତ ହୃଷୀକେଶ ନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ବନ୍ଧୁ ତଥା ପରାମର୍ଶ ଦାତା ଥିଲେ I ସେ 1992 ରୁ 1997 ପର୍ଯ୍ୟନ୍ତ କ୍ଷତ୍ରିୟବରପୁର ପଞ୍ଚାୟତର ସରପଞ୍ଚ,1997 ରୁ 2002 ପର୍ଯ୍ୟନ୍ତ ସମିତି ସଭ୍ୟ ଏବଂ 2002 ରୁ 2007 ପର୍ଯ୍ୟନ୍ତ 47 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ୍ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ I ବର୍ତ୍ତମାନ ସେ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହିତ ଜଣେ ଶିକ୍ଷାପ୍ରେମୀ ଏବଂ ପରିବେଶ ପ୍ରେମୀ ଅଟନ୍ତି I ନବ ନିଯୁକ୍ତ ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ନାୟକଙ୍କୁ ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ,ବ୍ଳକ୍ ଡ଼ିଜିଟାଲ ସମ୍ପାଦକ ବିଭୂପାଦ ଜେନା,ଜିଲ୍ଲାପରିଷଦ ସଭ୍ୟ ଅମିତ୍ ନାୟକ,ସରପଞ୍ଚ ରାଜେନ୍ଦ୍ର ଗୌଡ଼,47 ନୋ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି I ଶ୍ରୀ ନାୟକ ମଧ୍ଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଳା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here