ମୋ ସ୍କୁଲ୍ ଆନୁକୂଲ୍ୟରେ ଷ୍ଟ୍ରିଟ୍ ଷ୍ଟୋର୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ

0
305

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଗତ ନଭେମ୍ବର 14 ତାରିଖରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଥିଲେ ଦିଅ, ନଥିଲେ ନିଅ ‘ ବାର୍ତ୍ତାକୁ ନେଇ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ମୋ ସ୍କୁଲ୍ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଷ୍ଟ୍ରିଟ୍ ଷ୍ଟୋର୍ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ପର୍ଯ୍ଯାୟ ଅନୁଷ୍ଠିତ ହୋଇଯାଇଛି I ଆଜିର କାର୍ଯ୍ୟକ୍ରମରେ ମଧ୍ଯ 700 ରୁ ଊର୍ଦ୍ଧ୍ୱ ଅସହାୟ ମହିଳା, ଶିଶୁ, ବୃଦ୍ଧ ବୃଦ୍ଧା ନିଜର ଆବଶ୍ୟକ ଲୁଗା, ପୋଷାକ ଏବଂ ଶୀତ ବସ୍ତ୍ର ସଂଗ୍ରହ କରି ଖୁସି ପ୍ରକଟ କରିଛନ୍ତି I ଆସନ୍ତା ସପ୍ତାହରେ ଅନୁଷ୍ଠାନ ତରଫରୁ ଏକ ଭ୍ରାମ୍ୟମାଣ ଷ୍ଟ୍ରିଟ୍ ଷ୍ଟୋର୍ ର ଆୟୋଜନ କରାଯାଇ ବିଭିନ୍ନ ଦୂର୍ଗମ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କ ନିକଟରେ ସେମାନଙ୍କ ଆବଶ୍ୟକ ବସ୍ତ୍ର ପହଞ୍ଚାଇବାକୁ ସ୍ଥିର କରାଯାଇଛି ବୋଲି ମୋ ସ୍କୁଲ୍ ଉପଦେଷ୍ଟା ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି I ଆଜିର କର୍ଯ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ର ସମୀର୍ ସ୍ୱାଇଁ , ରାଜ୍ କିଶୋର, ଶଶାଙ୍କ, ରବିନ୍ଦ୍ର, ସମୀର୍,ପ୍ରଭାତ,ପ୍ରଦୀପ,କାହ୍ନୁ,ଜଗନ୍ନାଥ,ଧନୁର୍ଦ୍ଧର, ତୋଫାନ,ପ୍ରଶାନ୍ତ,ବିକାଶ୍, ଅଜିତ୍, ରାଜେଶ୍, ରାମ ସମେତ ବିଦ୍ୟାଳୟ କର୍ମଚାରୀ ଭିକାରୀ ଚରଣ ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଏବଂ ଶ୍ରୀନୀବାସ ବିଷୋୟୀ ସହଯୋଗ କରିଥିଲେ I କାର୍ଯ୍ୟକ୍ରମକୁ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳର ଜନ ସାଧାରଣ ଏବଂ ରେସ୍ପଣ୍ଡ୍ ଟ୍ରଷ୍ଟ୍ ଭଳି ସ୍ଵେଚ୍ଛାସେବୀ ସଂଗଠନ ମାନେ ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ କରିଥିଲେ I

LEAVE A REPLY

Please enter your comment!
Please enter your name here