ଅବକାରୀ ଓ ପୁଲିସ ର ମିଳିତ ଚଡାଉ , ମଦ ସହ ଜଣେ ଗିରଫ

0
393

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ଶୁକ୍ରବାର କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ କୋଷାଗୁମୁଡା ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ନେଗାନାର , ସନ୍ତୋଷପୁର , ଟେମେରା , କଚିଆଗୁଡା , ବେଲପୁଟି ଗ୍ରାମର ଆଦିବାସିଗୁଡା , ଭଇଁସାବେଡା , ମୁଣ୍ଡିଧନୁଆ ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୩୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୨ ଶହ ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇ ବେଲପୁଟି ଗ୍ରାମ ଆଦିବାସୀଗୁଡା ର ବିକାର ଚନ୍ଦ୍ର ବିଶୋଇ ଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରି ଗିରଫ କରିଥିବା ଜଣାପଡିଛି । ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ମାଫିଆ ଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଗାଁ ଗାଁରେ ପ୍ରବଳ ମାତ୍ରାରେ ଦେଶୀ ରନ୍ଧା ମଦ ତିଆରି କରି ଚୋରାରେ ଚାଲାଣ କରାଯାଉଛି । ଆଜିର ଚଡାଉ ରେ ଏତେ ମାତ୍ରାରେ ରାନ୍ଧ ମଦ ସାଙ୍ଗକୁ ମହୁଲ ପୋଚ କୁ ଦେଖି ବିଭାଗ ଛାନିଆ ହୋଇ ଯାଇଥିଲା । ବାରମ୍ବାର ଚଡାଉ କରାଯାଉଥିଲେ ମଧ୍ୟ ଚୋରା ମଦ ଅଞ୍ଚଳରେ ବନ୍ଦ ହେବାର ନାଧାରୁନାହିଁ । ମଦ ମାଫିଆ ମାନେ ଘରେ ଘରେ ମଦ ରାନ୍ଧିବା ସହ ଜଙ୍ଗଲ, ପାହାଡ଼, ନଦୀ ନାଳ ରେ ଲୁକାୟତ ଭାବେ ଏସବୁ କାରବାର ହେଉଥିବାରୁ ପ୍ରଶାସନ ପକ୍ଷରୁ ଯେତେ ଚଡାଉ କରାଯାଉଥିଲେ ମଧ୍ୟ ମଦ ମାଫିଆ ମାନେ ବେଖାତିର ହୋଇ ତାଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ , କୋଷାଗୁମୁଡା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ , ଥାନା ଏ ଏସ ଆଇ ରାମଚନ୍ଦ୍ର ନାୟକ ଓ ପୁଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here