ଜନବସତି ମୁହାଁ ବଣୁଆହାତୀ; କାଶୀନଗର ସହରରେ କୋକୁଆ ଭୟ

0
319

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା କାଶୀନଗର ଏନ୍ ଏ ସି ଅନ୍ତର୍ଗତ କାଶୀନଗର ସହରରେ ଜନବସତି ଅଞ୍ଚଳ କୁ। ପୋଡସି ଆନ୍ଧ୍ର ପ୍ରଦେଶର ସୀମାନ୍ତ ରୁ ବ‌ଂଶଧାରା ନଦୀ ତଟରୁ ଜନବସତି ମୁହାଁ ହୋଇଛନ୍ତି ବଣୁଆହାତୀପଲ । ଏଣୁ କାଶୀନଗର ସହରବାସୀ କୋକୁଆ ଭୟ ହୋଇ ପଡିଛନ୍ତି। କାଶୀନଗର ସହରଟି ବଂଶଧାରା ନଦୀକୂଳରେ ଅବସ୍ଥିତ । ବଂଶଧାରା ନଦୀର ଅପରପାଶ୍ୱର୍ରେ ଅର୍ଥାତ କାଶୀନଗର ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଥିବା ଆନ୍ଧ୍ରରର ତଲଡା ଗ୍ରାମରେ ଗତ ୭ ଦିନ ହେଲା ୪ଗୋଟି ବଣୁଆ ହାତୀ ଆମ୍ବ, କାଜୁ, କଦଳୀ, ଆଖୁ ଆଦି ଫସଲକୁ ଖାଇବା ସହ ବଂଶଧାରା ନଦୀକୁ ସବୁଦିନ ସନ୍ଧ୍ୟାରେ ପାଣିପିଇବା ପାଇଁ ଆସୁଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ୪ଗୋଟି ବଣୁଆହାତୀ ବଂଶଧାରା ନଦୀ ମଧ୍ୟଭାଗ ଆସୁଥିଲେ । ଅର୍ଥାତ ଗଜପତି ଜିଲ୍ଲା କାଶୀନଗର ସହରର ବ୍ରାହ୍ମଣ ସାହି ନିକଟତର ହୋଇଥିଲେ । ଏହାକୁ ଦେଖି ଲୋକେ ଭୟରେ ଆତଙ୍କିତ ହୋଇପଡିଥିଲେ । କିଛି ସମୟ ପରେ ପୁଣି ଏହି ହାତୀପଲ ଆନ୍ଧ୍ରର ଆମ୍ବ ତୋଟାକୁ ଫେରିଯାଇଥିଲେ । କୌଣସି ମୁହୂର୍ତ୍ତରେ ଏଭଳି ଭାବେ ଏହି ବଣୁଆ ହାତୀପଲ କାଶୀନଗର ବ୍ରାହ୍ମଣସାହି ଦେଇ ସହର ମଧ୍ୟରେ ପ୍ରବେଶ କରିପାରନ୍ତି । ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ବନବିଭାଗ ପଡୋଶୀ ଆନ୍ଧ୍ର ପ୍ରଶାସନକୁ ଅନୁରୋଧ ଜଣାଇ ଓଡିଶା-ଆନ୍ଧ୍ର ବନବିଭାଗ ଦ୍ୱାରା ହାତୀପଲକୁ ବର୍ତ୍ତମାନ ଯେଉଁ ସ୍ଥାନରେ ହାତୀପଲ ରହୁଛନ୍ତି ସେଠାରୁ ଘଉଡାଇ ଆନ୍ଧ୍ର ଜଙ୍ଗଲ ଭିତରକୁ ପଠାଇବା ବ୍ୟବସ୍ଥା କରିବା ପାଇଁ କାଶୀନଗର ବାସୀ ଦାବି ଜଣାଇଛନ୍ତି । ଏପରି କରାନଗଲେ ଯେକୌଣସି ସମୟରେ ଏହି ହାତୀପଲ କାଶୀନଗର ସହର ମଧ୍ୟରେ ପ୍ରବେଶ କରି ଧନଜୀବନକୁ ବିପନ୍ନ କରିବ । ଏନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ ଶେଖର ବେହେରା କହିଛନ୍ତି, ବଣୁଆ ହାତୀପଲ ସେମାନଙ୍କ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ହାତୀପଲ ଦ୍ୱାରା ଆନ୍ଧ୍ର କିମ୍ବା ଗଜପତିରେ କୌଣସି କ୍ଷୟକ୍ଷତି ଘଟିନାହିଁ । ବଣୁଆହାତୀର ଗତିବିଧି ନେଇ ଉଭୟ ଆନ୍ଧ୍ର ଓ କାଶୀନଗର ବନବିଭାଗ ସଜାଗ ରହିବା ସହ ଏହା ପ୍ରତି ତିଖ୍ଣ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଯେ କୌଣସି ଖବର ଥିଲେ ତୁରନ୍ତ ବନବିଭାଗକୁ ଜଣାଇବା ସହ ବଣୁଆହାତୀ ପଲ ପ୍ରତି କୌଣସି ବିଶୃଙ୍ଖଳାଭାବ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ସାଧାରଣଙ୍କୁ ବନବିଭାଗ ପକ୍ଷରୁ ଅନୁରୋଧ କରିଛନ୍ତ

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here