ଉମରକୋଟରେ ପ୍ରତିଷ୍ଠା ହେବ ଇଥାନ୍‍ଲ ପ୍ଲାଣ୍ଟ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କୃତଜ୍ଞତା ଜଣାଇଲା ଜିଲ୍ଲା ବିଜେପି

0
459

ଡାବୁଗାଁ(ନ୍ୟୁଜ ଏକ୍ସଟ୍ରା)ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ୟମରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ଇଥାନ୍‍ଲ ପ୍ଲାଣ୍ଟ ନିର୍ମାଣ କରାଯିବ। ୫୦୦ କୋଟି ବ୍ୟୟରେ ହେବାକୁ ଥିବା ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ରାଜ୍ୟସରକାର ଅନୁମୋଦନ କରିଛନ୍ତି। ଏହି ପ୍ଲାଣ୍ଟରେ ଅତିକମରେ ୨୪୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସହିତ ଜିଲ୍ଲାର ଚାଷୀମାନେ ସିଧାସଳଖ ଉପକୃତ ହେବେ। ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ପଦକ୍ଷେପ ନେଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଗଭୀର କୃତଞତା ଞାପନ କରାଯାଇଛି। ଏହି ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏଥିରେ ଜିଲ୍ଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଦିବାସୀ ଅଧ୍ୟୁସିତ, ପଛୁଆ ଓ ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ପାଇଁ ଘୋଷଣା କରିଛନ୍ତି। ଏହା ଦ୍ୱାରା ଜିଲ୍ଲାର ଆର୍ଥୀକ ବିକାଶରେ ଏହା ସହାୟକ ହୋଇପାରିବ ବୋଲି କହିବା ସହ ସେ ଜିଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ନବରଙ୍ଗପୁର ଜିଲ୍ଲାରେ ସରକାରୀ ଭାବେ ୬୦,୫୫୪ ହେକ୍ଟରରେ ଓ ବେସରକାରୀ ୮୦ ହଜାର ହେକ୍ଟରେ ଜମିରେ ମକା ଚାଷ କରାଯାଉଛି। ମକାଚାଷ ପାଇଁ ଏହି ଜିଲ୍ଲା ସୁନାମ ଅର୍ଜନ କରିଛି। ବିଭିନ୍ନ ଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରିନାହାନ୍ତି। ଗତ ୨୦୧୯ ନିର୍ବାଚନପ୍ରଚରରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଜିଲାରେ ଇଥାନ୍‍ଲ ପ୍ଲାଣ୍ଟ ପାଇଁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି। ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ପରେ ଜିଲାର ମକା ଚାଷୀଙ୍କର ସମସ୍ୟା ରହିବ ନାହିଁ। ମକା ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ। ଏହି ପ୍ଲାଣ୍ଟ ବିଭିନ୍ନ କାର୍ଯ୍ୟରେ ଲାଗିବ। ସ୍ୱଚ୍ଛ ଇନ୍ଧନ ସହ ପେଟ୍ରୋଲ ଓ ଡିଜେଲର ବିକଳ୍ପ ହେବ। ମକା ସମେତ ଆଖୁ ଓ ଧାନରୁ ଇଥାନଲ ବାହାରିବ। ଏହି ପ୍ଲା୍‍ଣ୍ଟ ହେବା ଦ୍ୱାରା ଜିଲ୍ଲାବାସୀଙ୍କ ‘ବହୁଦିନର ସ୍ୱପ୍ନ ସାକାର ହୋଇଛି ‘ବୋଲି କହିଥିଲେ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here