ମଦ୍ୟପ ସ୍ଵାମୀ ର ଉନ୍ମକ୍ତ କାଣ୍ଡ ନିଜ ସ୍ତ୍ରୀ କୁ ଠେଙ୍ଗାରେ ବାଡ଼େଇ ବାଡ଼େଇ ହତ୍ୟା

0
439

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମାର ଧୋଡରା ପାରା ଗ୍ରାମର କାଂହ୍ୟା ୟା ଗଉଡ ଯାହାର ବୟସ ୪୫ ବର୍ଷ । ରାତିରେ ଶୋଇଥିବା ସମୟରେ ହଠାତ୍ କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ସହ ପାଟି ତୁଣ୍ଡ ହେବା ପରେ ସ୍ବାମୀ କଂହାୟା ନିଜ ସ୍ତ୍ରୀ ଚମ୍ପା ଗଉଡଙ୍କୁ ଠେଙ୍ଗାରେ ବାଡେଇ ବାଡେଇ ହତ୍ୟା କଲେ, ସେମାନଙ୍କର ଗୋଟେ ପୁଅ ୩ ଟି ଝିଅ !ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ମନାନ୍ତର ଲାଗି ରହୁଥିଲା । କାଲି ରାତିରେ ଉଭୟ ଭିତରେ ଏତେ ଝଗଡ଼ା ଲାଗି ଥିଲା ଯେ ଶେଷରେ କାଂହାୟା ନିଜ ସ୍ତ୍ରୀ ଙ୍କୁ ମାରିଦେଲେ, ଯାହାଫଳରେ ସ୍ତ୍ରୀର ସେହି ଜାଗାରେ ମୃତ୍ୟୁ ଘଟିଥିଲା । ଏବଂ ସ୍ବାମୀ ଘଟଣା ସ୍ଥଳରୁ ଫେରାର ହୋଇ ଗଲେ, ସମ୍ପୂର୍ଣ୍ଣ ମା ଙ୍କ ମୃତ୍ୟୁର ଘଟଣା ନିଜ ଆଖି ଆଗରେ ଦେଖିଲେ ଝିଅ ଲିପି, ସକାଳେ ଏହି ଖବର ସାହି ପଡୀଶା ଜାଣିବା ପରେ ତାଙ୍କ ସ୍ବାମୀ କାଂହା ୟା ଙ୍କୁ କୋଡୁଭା ଟା ପାଖେ ଧରି ଥାନାରେ ଜୀମା ଦେଇଥିଲେ । ଘଟଣାସ୍ଥଳରେ ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଏବଂ si ଫକୀର ମୋହନ ଖରା ପହଞ୍ଚି ଶବ ଟିକୁ ଜବତ କରି କରି ଘଟଣାର ତଦନ୍ତ ଚଳାଇଛନ୍ତି ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here