ଚାଟିଗୁଡା ଛକ ନିକଟରେ ଏକ ଗାଡ଼ି ଧକ୍କାରେ ଅଚିହ୍ନା ଯୁବକ ମୃତ

0
616

ଡାବୁଗାଁ (ନ୍ୟୁଜ ଏକ୍ସଟ୍ର)ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡ଼ା ଛକ ନିକଟରେ ଶୁକ୍ରବାର ରାତିରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ସୂଚନା ଅନୁଯାୟୀ , ଯୁବକ ଜଣକ ଡାବୁଗାଁ – ଉମରକୋଟ ୩୯ ନଂ . ରାଜ୍ୟ ରାଜପଥ ଉପରେ ଶୁକ୍ରବାର ରାତିରେ ଗୁରୁତର ଅବସ୍ଥାରେ ପଡ଼ିଲେ । ତାଙ୍କୁ କୌଣସି ଗାଡ଼ି ଧକ୍କାଦେଇ ଚାଲିଯାଇଥିବାବେଳେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାକୁ ନେଇଥିଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି । ଡାବୁଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ଯୁବକଙ୍କ ବୟସ ୩୫ରୁ ୪୦ ମଧ୍ୟରେ ହେବ ବୋଲି ଜଣାପଡ଼ିଛି । ଏନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିବା ଥାନାଧୁକାରୀ ସୁରେନ୍ଦ୍ର କୁମାର ବେଉରିଆ ସୂଚନା ଦେଇଛନ୍ତି । କୌଣସି ବ୍ୟକ୍ତି ଉକ୍ତ ବ୍ୟକ୍ତିଙ୍କ ପରିଚୟ ପାଇଲେ ଡାବୁଗାଁ କିମ୍ବା ଉମରକୋଟ ଥାନାରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here