ଆଇତିପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ, ବୃଦ୍ଧ ହେଇଗଲେ ବୋଲି ପୁଅ ବୋହୂଙ୍କ ପାଇଁ ଅଲୋଡ଼ା ହେଇଗଲେ ବୃଦ୍ଧା ବାପା ମାଆ

0
308

Lଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ପୁଅ ବୋହୁର ନିର୍ଯ୍ୟାତନା ସହି ନପାରି ଘରୁ ଚାଲିଆସିଲେ ବୃଦ୍ଧ ଓ ରୋଗିଣା ବାପା ମାଆ । ଏବେ ଆଇତିପୁର ପଂଚାୟତ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବୃଦ୍ଧା ଦମ୍ପତି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ଜୁରିୟା ସ୍ୱାଇଁ । ସେ ଦିନେ ଥିଲେ ଗାଁର ସବୁଠାରୁ ଧନୀ ବ୍ୟକ୍ତି । କିନ୍ତୁ ଆଜି ସ୍ତ୍ରୀକୁ ନେଇ ଆଇତିପୁର ପଂଚାୟତ ଅଫିସ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଜୁରିୟାଙ୍କ ୩ ପୁଅ ୩ ବୋହୂ ଗୋଟିଏ ଝିଅ । ପୁଅ ମାନେ ବାପା ମା କୁ ୧୦ ଦିନ ଲେଖାଏଁ ପାଳି କରି ଘରେ ରଖୁଥିଲେ କିନ୍ତୁ ଖାଇବାକୁ ଠିକସେ ଦେଉନଥିଲେ । ପରିଣତ ବୟସରେ ଦୁହେଁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ ବାପା ଜୁରିୟା ପାରାଲିସିସ କାରଣରୁ ବସିଥିବା ଜାଗାରୁ ଉଠିପାରନ୍ତି ନାହିଁ । ତେଣୁ ପୁଅ ବୋହୂ ବିଭିନ୍ନ ଗାଳିଗୁଲଜ କରିଥାନ୍ତି । ଗୋଟିଏ ବୋଲି ଝିଅ ଗାଁରେ ବିବାହ କରିଛି କିନ୍ତୁ ସେଏ ବି ଭାଇ ମାନଙ୍କ ଭୟରେ ବାପା ମାଆଙ୍କ ମୁହଁକୁ ଚାହୁଁନି । ତେଣୁ ଘର ଛାଡି ପଂଚାୟତ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବୃଦ୍ଧା ଦମ୍ପତି । ଆଉ ଆଜି ପେଟକୁ ଦାନା ଗଣ୍ଡେ ଦେବା ପାଇଁ ପାଖରେ କିଏ ନାହିଁ । ଦିନେ ଏହି ବାପା ମା କଷ୍ଟକରି ପୁଅ ମାନଙ୍କୁ ବଡ କରିବା ସହ ପୁଅ ମାନଙ୍କର ଭବିଷ୍ୟତ ଜୀବନ ପାଇଁ ଟଙ୍କା ସାଇତି ରଖିଥିଲେ । ଗାଁରେ ସମସ୍ତେ ଅଛନ୍ତି ଆଉ ରୋଗିଣା ବାପା ମାଆ ପଂଚାୟତ ବାରଣ୍ଡାରେ ପଡିଥିବାର ମଧ୍ୟ ଦେଖୁଛନ୍ତି କିନ୍ତୁ ନଦେଖିଲା ଭଳି ଚାଲି ଯାଉଛନ୍ତି । ବାପା ମା ରଖିଥିବା ସମ୍ପତି ପୁଅ ମାନଙ୍କ ଭାଗ ବଂଟା ସରିଯିବା ପରେ ପୁଅ ମାନଙ୍କ ପାଇଁ ବାପା ମାଆ ଅଲୋଡା ହୋଇଯାଇଛନ୍ତି । ଦୁଇ ଜଣଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଯେଉଁ ସମୟରେ ପୁଅ ମାନେ ବାପା ମାର ସାହାର ପାଲଟିବା କଥା ସେହି ସମୟରେ ହାତ ଛାଡିଦେଇଛନ୍ତି । ଆଉ ଏବେ ଦୁହେଁ ଦୁହିଁଙ୍କର ସାହାର ସାଜିଛନ୍ତି । ଆଉ ମନେ ମନେ ଭାବୁଛନ୍ତି ପୁଅ ଜନ୍ମ କରି ଭୁଲ କରିଛନ୍ତି । ସତରେ ଏହି ଦୃଶ୍ୟ ଦେଖି ସମସ୍ତେ ଭାବୁଥିବେ ପୁଅ ଜନ୍ମ କରିବାଟା ସତେ ଜେମିତି ପାପ ହୋଇଯାଇଛି । ବାପା ମାଙ୍କ ପୁଅ ଉପରୁ ଭରଷା ଉଠିଯାଉଛି । ଆଉ ଦିନକୁ ଦିନ ପୁଅ ସ୍ୱାର୍ଥପର ପାଲଟି ଯାଉଛି । ଅଉ ଏହା ଆମ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା । ଯାହ ଆଗମୀ ପିଢି ଉପରେ ପ୍ରଭାବ ପକେଇବ । ଏନେଇ ସ୍ତାନୀୟ ସରପଂଚ ଙ୍କୁ ଯୋଗା ଯୋଗ କରିଥିଲୁ ଆଉ ସେ ଏହି ଘଟଣା କୁ ନିନ୍ଦା କରିବା ସହ ଜୁରିୟା ଙ୍କ ପୁଅ ମାନଙ୍କ ସହ କଥା ହୋଇ ତାଙ୍କୁ ବୁଝା ସୁଝା କରିବେ ବୋଲି କହିଛନ୍ତି । ପୁଅଟିଏ ଜନ୍ମ କରିବା ପାଇଁ ବାପା ମା କେତେ ଉପବାସ ବ୍ରତ ଓ ତପସ୍ୟା କରିଥାନ୍ତି । ଆଉ ଯେଉଁମାନେ ବାପା ମାଆଙ୍କୁ ନିଜଠୁ ଅଲଗା କରି ଅଏସ ଆରାମରେ ରହୁଛନ୍ତି ତାଙ୍କୁ ଏଠି ପ୍ରଶ୍ନ ବାପା ମାଆ ପୁଅ ଜନ୍ମ କରିବା କଣ ଭୁଲ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here