ବଳଭଦ୍ର ଆରୁଖ କୃଷକ ବଜାର ନାମ କରଣକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ; ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0
442

ଭଞ୍ଜନଗର :ଗତ କିଛି ଦିନ ତଳେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ବଳଭଦ୍ର ଆରୁଖ କୃଷକ ବଜାରକୁ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ହେଲେ ବଳଭଦ୍ର ଆରୁଖ ନାମକରଣକୁ ନେଇ ଏବେ ଭଞ୍ଜନଗର ରାଜନୀତି ସରଗରମ ହୋଇଛି। ବିରୋଧୀ କଂଗ୍ରେସ ପକ୍ଷରୁ ଏହାକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଉଛି। ଉକ୍ତ ବଜାର କିଛି ବର୍ଷ ପୂର୍ବରୁ ଉଦ୍ଘାଟନ ହୋଇଥିଲେ ମଧ୍ୟ ପୁଣି ଥରେ ଏହି ବଜାରକୁ ଉଦ୍ଘାଟନ କରାଯିବା ଏବଂ ଏହାକୁ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ପରିବେଶ ମନ୍ତ୍ରୀ ,ଜଳ ବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବାପାଙ୍କ ନାମରେ ନାମକରଣକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବଳଭଦ୍ର ଆରୁଖ କୃଷକ ବଜାର ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିକ୍ଷୋଭ ରାଲି ଅନୁଷ୍ଠିତ ହୋଇଥିଲା।ଏଥିସହ ଏକ ସ୍ମାରକ ପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ବଳଭଦ୍ର ଆରୁଖଙ୍କ ଘୁମୁସର ମାଟି ପାଇଁ କଣ ଅବଦାନ ରହିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଘୁମୁସର ମାଟିର ଏକ ସ୍ୱତନ୍ତ୍ର ସ୍ୱାଭିମାନ ଓ ସ୍ଥାନ ରହିଛି, ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ଜନ୍ମଭୂମି ହେଉଛି ଏହି ଘୁମୁସର ମାଟି ଏଥିସହ ଗଞ୍ଜାମ ଘୁମୁସରରେ ଅନେକ ମହାପୁରୁଷ ଅଛନ୍ତି ଯଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ଚକରା ବିଶୋଇ ଆଦି ଅନେକ ମହାପୁରୁଷ ଥିବା ବେଳେ ବିଧାୟକ ତଥା ମନ୍ତ୍ରୀ ନିଜ ବାପାଙ୍କ ନାମରେ ଉକ୍ତ ବଜାରକୁ ନାମିତ କରିଛନ୍ତି । ଏହାକୁ ତୀବ୍ର ବିରୋଧ କରି କଂଗ୍ରେସ ଏକ ସ୍ମାରକ ପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ କାର୍ଯ୍ୟାଳୟର ଏସଷ୍ଟାବିସ ମେଣ୍ଟ ଅଫିସର ଅନିଲ କୁମାର ପଣ୍ଡାଙ୍କୁ ପ୍ରଦାନ କରିଛି। ଯଥା ଶୀଘ୍ର ଏହି ନାମକୁ ବଦଳାଯାଇ ବିଜୁ ବାବୁଙ୍କ ନାମରେ ନାମିତ କରିବାକୁ କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ କହିଛନ୍ତି। କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଯୁବ ନେତା ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ବହୁ କର୍ମୀ ଆନ୍ଦୋଳନ ସାମିଲ ହୋଇଥିଲେ। କଂଗ୍ରେସ ମହିଳା ନେତ୍ରୀ ବନଜା ପଣ୍ଡା,ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ,ନଗର ସଭାପତି ସୁକାନ୍ତ କୁମାର ଦିଗାଲ,ଜବାହାରଲାଲ ସାହୁ ,ମଣ୍ଟୁ ପ୍ରଧାନ ,ଦୁର୍ଗା ପ୍ରସାଦ ତ୍ରିପାଠୀ, ଲୋକନାଥ ସେଠି ,ବାଲ୍ୟ ବେହେରା ,ପିଣ୍ଟୁ ରାଉଳ ,ରଜନୀକାନ୍ତ ବିଶ୍ୱାଳ ,ଶଙ୍କର ମାଝୀ, ପୁର୍ଣ ଚନ୍ଦ୍ର ସାହୁ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ /ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here