କନ୍ଧମାଳ ପର୍ଯ୍ୟବେକ୍ଷକଙ୍କ ଦିନିକିଆ କ.ନୂଆଗାଁ ଗସ୍ତ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ

0
236

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ଦିନିକିଆ କ.ନୂଆଗାଁ ଗସ୍ତ ରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ,କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ବିଜେଡ଼ି ନେତା ଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି l ଏହି ଆଲୋଚନାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ l ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଠାରୁ ରଣନିତୀ ଆରମ୍ଭ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ । ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ପ୍ରକାଶ କରିଛନ୍ତି । ଏଥିରେ ଶତାଧିକ କର୍ମୀ ଉପସ୍ଥିତ ରହି ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କୋଟଗଡ ଅଂଚଳର ବରିଷ୍ଠ କର୍ମୀ ତଥା ସାଂସଦ ପ୍ରତିନିଧି ମନୋଜ ସାବତ, ଷ୍ଟିଫାନ ମାଝୀ , ସୁରୁଦା ପାଟମାଝୀ, ବାଲିଗୁଡା ଅଞ୍ଚଳର ଲୋକନାଥ ପାଢ଼ୀ , ବିଭିନ୍ନ ବ୍ଲକ ର ପଞ୍ଚାୟତ ପ୍ରତିନିଧି , ଜିସାୟ ମଣ୍ଡଳ , ଜହନ ବାରିକ, ନଳିନୀ ପ୍ରଧାନ, ରାନୁବାଲା ମହାନ୍ତି ,ବଙ୍ଗାଳି ବଡ଼ସେଠ , ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ପାଟମାଝୀ, ଏବଂ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ପ୍ରମୋଦ ସାହୁ ଉପସ୍ଥିତ ଥିଲେ l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here