ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଗଜପତି ଜିଲ୍ଲାପାଳ

0
247

ପାରଳାଖେମୁଣ୍ଡି: ଗଜପତି ରା ଉଦୟଗିରି ବ୍ଳକ ଏବଂ ମହୋନା ବ୍ଲକ ଗ୍ରସ୍ତକରିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ଅବସରରେ ରା.ଉଦୟଗରି ଓ ମୋହନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ପ୍ରଥମେ ରା.ଉଦୟଗିରି ବ୍ଲକ ଗସ୍ତରେ ପହଞ୍ଚି ଏଠାରେ ନିର୍ମାଣ ହେବାକୁ ଥିବା ଛେଳିଗଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା କାର୍ଯ୍ୟକାରୀ ହୋଇ ନ ଥିବା କାରଣ କଣ ତାର ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିଥିଲେ । ଶିଆଳିଲଟି ପଞ୍ଚାୟତର ନିର୍ମିତ ହେଉଥିବା ଟନେଲ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଉପସ୍ଥିତ ଥିବା ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣାଙ୍କ ସହିତ ଆଲୋଚନା କରି କିଭଳି ଭାବେ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନିଆଯିବା ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ ।କୂଆଁପଡା ଗ୍ରାମର କିଛି ଅସହାୟ ମହିଳା ଓ ଯୁବକ , ଯୁବତୀମାନେ ସରକାରୀ ସହାୟତା ଲାଗି ନିବେଦନ କରିଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ତମ ବୌଦ୍ଧ ମନ୍ଦିର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କୁ ମନ୍ଦିର ପରିସର ମଧ୍ୟରେ ନିର୍ମାଣ ହୋଇଥିବା ପଦ୍ମସମ୍ଭ ବୋଟିଙ୍ଗ ପରିଦର୍ଶନ କରି ବହୁତ ଖୁସି ଅନୁଭବ କରିବା ସହ କୋଫି ଗୃହ ନିକଟରେ ଚାରା ରୋପଣ କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟ କାରୁକାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ସୋଇଥିଲେ । ଏବଂ ଖସଡ଼ା ଜଳ ପ୍ରପାତକୁ ମଧ୍ୟ ଅଧିକ ଆକର୍ଷଣୀୟ କରିବା ସହ ଜିଲ୍ଲାର ବିକାଶ କରିବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପିଡି ଡିଆରଡିଏ ଅନାମ ଚରଣ ପାତ୍ର , ପିଏ ଆଇଟିଡିଏ ସରୋଜ ବେହେରା , ବିଡିଓ ସାର୍ଥକ ସୌରଭ ମହାପାତ୍ର , ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା , ଅତିରିକ୍ତ ତହସିଲଦାର ଆଶିଷ୍ଟ କୁମାର ପ୍ରଧାନ , ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା , ବ୍ଲକ୍ ସହକାରୀ ନିବାହୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ , ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ , ପିଇଓ ରବି ପାତ୍ର ପ୍ରମୁଖ ଜିଲ୍ଲା ପାଳଙ୍କ ଗ୍ରସ୍ତ ରେ ଉପସ୍ଥିତ ଥିଲେ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here