ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଟୋ ଡ୍ରାଇଭର ଙ୍କ ପରିବାର କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ତହସିଲଦାର ଓ ବିଧାୟିକା ଦେଲେ ୫ ହଜାର ଟଙ୍କା

0
285

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ଭେଜିପୁଟ ଗ୍ରାମର ଅଟୋ ଡ୍ରାଇଭର ହୃଷିକେଶ ସାହୁଙ୍କ ପରିବାରକୁ ଆଜି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ । ଆଜି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ନିର୍ଦ୍ଦେଶ କ୍ରମେ ତହସିଲ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ, ଆର ଆଇ ରମେଶ ଚନ୍ଦ୍ର ଜେନାଙ୍କ ସହ ତହସିଲଦାର ମୃତ ହୃଷିକେଶଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହିତ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମଧ୍ୟ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏହାସହ ଲଂଗଳେଶ୍ୱର ଗ୍ରାମର ଜଣେ ଯୁବନେତା ରମେଶ ଚନ୍ଦ୍ର ସାହୁ ୧୫ ଶହ ଟଙ୍କା ସହିତ ୫୦ କେଜି ଚାଉଳ ପ୍ରଦାନ କରିଛନ୍ତି ।ଗତ ଦୁଇ ଦିନ ତଳେ ଭେଜିପୁଟ ଗ୍ରାମର ତରୁଣ ଯୁବକ ସଂଘ ଏହି ଅସହାୟ ପରିବାରକୁ ୫ ହଜାର ଟଙ୍କା ସହ ଏକ କୁଇଣ୍ଟାଲ ଚାଉଳ ପ୍ରଦାନ କରିଥିଲେ । ଘରର ଏକ ମାତ୍ର ରୋଜଗାରିଆ ପୁଅ ହୃଷିକେଶ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି । ତେଣୁ ରାଜ୍ୟ ସରକାର ଉକ୍ତ ପରିବାରକୁ ବସୁଧା ଯୋଜନାରେ ଗୋଟିଏ ଜାଗା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁ ପକ୍କାଘର ମାଧ୍ୟମରେ ଏକ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here