ଶିକ୍ଷକଙ୍କ ଦେହାନ୍ତ

0
582

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ଶିକ୍ଷକ ବିପ୍ର ଚରଣ ନାୟକ (୫୩) ଙ୍କ ଆଜି ସକାଳ ପାଖା ପାଖି ପ୍ରାୟ ୫.୩୦ ମିନିଟ୍ ସମୟ ରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥା ରେ ଦେହାନ୍ତ ହୋଇଯାଇଛି ।ସେ କରୋନା ରେ ଆକ୍ରାନ୍ତ ଥିବା ସୂଚନା ମିଳିଛି ।ସ୍ଵର୍ଗତ ନାୟକ କୁମ୍ଭାରଗାଁ ପଞ୍ଚାୟତ ର କୁମାରିପାରି ଗ୍ରାମ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ଅତ୍ୟନ୍ତ ସରଳ, ଶାନ୍ତ ଓ ମିଷ୍ଟଭାଷୀ ମଣିଷ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here