ଭଞ୍ଜନଗର ପୁଲିସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ; ୧୫୫ ୟୁନିଟ ରକ୍ତ ସଂଗ୍ରହ

0
415

ଭଞ୍ଜନଗର /ଆମ ପୋଲିସ ସମିତି ପକ୍ଷରୁ ରବିବାର ଭଞ୍ଜନଗର ଥାନା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ମେଡିକାଲ ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣ ସକାଶେ ଆମ ପୋଲିସ ସମିତି ତରଫରୁ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରବିବାର ଥାନା ଅଧିକାରୀଙ୍କର ଜନ୍ମ ଦିବସ ଥିବାରୁ ତାହାକୁ ସ୍ମରଣୀୟ କରିବା ପାଇଁ ଉଭୟ ପତିପତ୍ନୀ ସୁଦୀପ୍ତ କୁମାର ସାହୁ ଓ ଜ୍ୟୋସ୍ନା ମହାନ୍ତି ରକ୍ତଦାନ କରିଥିଲେ।ଏଥି ସହିତ ଶିବିରରେ ଆଇଆରବିଏନ, ବସ ମାଲିକ ସଂଘ, ଅଟୋ ଚାଳକ ସଂଘ, ପୋଲିସ କର୍ମଚାରୀ, ସାମ୍ବାଦିକ, ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ, ଜନ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ।
ଏହି ଶିବିରରେ ରେ ମୋଟ ୧୫୫ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାପଡ଼ିଛି। ଆମ ପୋଲିସ ସମିତିର ସଦସ୍ୟ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଅନୁପମ ବାନାର୍ଜୀ, ଜଗଦୀଶ ପାଣିଗ୍ରାହୀ,ଜଗବନ୍ଧୁ ଜେନା, ସୁଶାନ୍ତ ମହାପାତ୍ର, ସାମ୍ବାଦିକ ବିଶ୍ବମ୍ବର ଜେନା ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।

ରିପୋର୍ଟ /ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here