ବରିଷ୍ଠ ଆଇନଜୀବୀଙ୍କ ଦେହାନ୍ତ

0
450

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଭାଗିରଥି ରାଉତରାୟଙ୍କ ଦେହାନ୍ତ ହୋଇଯାଇଛି | ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି | ସେ ବାଲିଗୁଡା ରେ ଆଇନଜୀବୀ ତଥା ସରକାରି ଓକିଲ ଭାବେ ଦୀର୍ଘ ୪୦ବର୍ଷ ରୁ ଉର୍ଧ୍ଵ ଦିନ ଧରି କାର୍ଯ୍ୟ କରି ଆସୁଥିଲେ | ତାଙ୍କର ମରଶରୀର କୁ ନିଜ ଗ୍ରାମ ନୟାଗଡ ଜିଲ୍ଲା କନିପଦାକୁ ଆଣି ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି | ତାଙ୍କର ବିୟୋଗ ରେ ସମଗ୍ର ବାଲିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here