ଗଜପତିନଗର ଶିଶୁ ମନ୍ଦିରରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

0
248

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଆଜି ଗଜପତି ନଗର ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ବିଦ୍ଯାଳୟର ସଭାପତି ରାମ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗୁରୁ ପରମ୍ପରାର ବିଶେଷତା ସଂପର୍କରେ କହିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଚାର୍ଯ୍ୟା ପ୍ରଶାନ୍ତି ମିଶ୍ର ଗୁରୁ ପୂର୍ଣ୍ଣିମା ବିଷୟରେ କହିଥିବା ବେଳେ ପ୍ରଧାନାଚାର୍ଯ୍ଯ ସୁନୀଲ କୁମାର ଗୌଡ଼ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କହିଥିଲେ।ଡି.ରାମାରାଓ ପରିଚୟ ଓ ଇନ୍ଦିରା ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।କୃଷ୍ଣପ୍ରିୟା ପାଢ଼ୀ ଓ ସୁଜାତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ସମସ୍ତ ସେବାବ୍ରତୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here