ଅଜଣା ଗାଡ଼ି ଧକ୍କାରେ ମୃତ ଅଟୋ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଭେଜିପୁଟର ତରୁଣ ଯୁବକ ସଂଘ

0
324

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଅଜଣା ଗାଡ଼ି ଧକ୍କାରେ ମୃତ ଅଟୋ ଡ୍ରାଇଭର ଙ୍କ ପରିବାର କୁ ସହାୟତା ର ହାତ ବଢାଇଛନ୍ତି ଭେଜିପୁଟର ତରୁଣ ଯୁବକ ସଂଘ । ଆଜି ଭେଜିପୁଟ ଗ୍ରାମରେ ଘରକୁ ଘର ବୁଲି ସହାୟତା ରାଶି ସଂଗ୍ରହ କରିବା ପରେ ମୃତ ଅଟୋ ଡ୍ରାଇଭର ହୃଷିକେଶ ସାହୁଙ୍କ ପରିବାର କୁ ନଗଦ ୫ ହଜାର ଟଙ୍କା, ଏକ କୁଇଣ୍ଟାଲ ଚାଉଳ ଓ ପିନ୍ଧିବା ପାଇଁ ୮ ଖଣ୍ଡ ଲୁଗା ପ୍ରଦାନ କରିଥିଲେ ତରୁଣ ଯୁବକ ସଂଘ । ମୃତ ହୃଷିକେଶ ପରିବାର ସହିତ ଭେଜିପୁଟ ଗ୍ରାମରେ ଏକ ଭଡାଘରେ ରହୁଥିଲେ ।ନିଜର ବୋଲି ଘର ଖଣ୍ଡିଏ ନାହିଁ । ଘରେ ତାଙ୍କର ବିଧବା ମାଆ, ପତ୍ନୀ ଓ ଗୋଟିଏ ଅଢେ଼ଇ ବର୍ଷ ବୟସ ର ପୁଅ ରୁହନ୍ତି ।ହୃଷିକେଶ ଅଟୋ ଚଲାଇ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହୁଏ । ତେବେ ବିଧିର ବିଧାନ ବଡ଼ ବିଚିତ୍ର ।ବୁଧବାର ରାତିରେ ବାଲୁଗାଁ ରୁ ଅଟୋ ନେଇ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କ ଜୀବନ ଚାଲିଗଲା । ହୃଷିକେଶ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏକ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମାଆ ବାହୁନି ବାହୁନି କାନ୍ଦୁଛନ୍ତି । ଏପଟେ ହୃଷିକେଶଙ୍କ ବିଧବା ପତ୍ନୀ ୬ ମାସ ର ଗର୍ଭବତୀ ଅଛନ୍ତି । ଏହି ଦୁଃଖ ସମୟରେ ଭେଜିପୁଟର ତରୁଣ ଯୁବକ ସଂଘ ସହାୟତା ଯୋଗାଇ ଦେଇଛି ଏବଂ ଆଗକୁ ମଧ୍ୟ ତାଙ୍କ ପରିବାର କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯୁବକ ସଂଘର ଏଭଳି ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ।ତେବେ ଏଭଳି ଦୁଃଖଦ ସମୟରେ କିନ୍ତୁ ପଂଚାୟତ ର ସରପଞ୍ଚ ଙ୍କ ଦେଖାନାହିଁ । ପଂଚାୟତ ତରଫରୁ ସହାୟତା ଯୋଗାଇଦେବା ତ ଦୂରର କଥା ଦୁଃଖ ରେ ଭାଙ୍ଗି ପଡିଥିବା ପରିବାର କୁ ଟିକେ ସମବେଦନା ଜଣାଇବାକୁ ମଧ୍ୟ ଆସିଲେ ନାହିଁ । ଶବ ବ୍ୟବଚ୍ଛେଦ ପରେ ଶବ ସତ୍କାର ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଗ୍ରାମବାସୀ ବହନ କରିଥିବା ବେଳେ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ମଧ୍ୟ ଏ ପର୍ଯ୍ୟନ୍ତ ଯୋଗାଇ ଦେଇନାହାନ୍ତି । ପଞ୍ଚାୟତର ଜଣେ ଅସହାୟ ପରିବାର ପ୍ରତି ସରପଞ୍ଚଙ୍କ ଏଭଳି ଆଭିମୁଖ୍ୟ କୁ ଭେଜିପୁଟ ଗ୍ରାମବାସୀ ତୀବ୍ର ସମାଲୋଚନା କରିଛନ୍ତି । ତେଣୁ ତୁରନ୍ତ ଉକ୍ତ ଅସହାୟ ପରିବାର କୁ ବ୍ଳକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ଯୋଗାଇଦେବାକୁ ଭେଜିପୁଟ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here