କୁକୁଡ଼ାଖଣ୍ଡୀ ବ୍ଲକରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

0
244

ବ୍ରହ୍ମପୁର:କୁକୁଡ଼ାଖଣ୍ଡୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଆଜି କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅବସରରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରାସାଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ଏଇ ସୁଜିତ କୁମାର ତହଲ,ଗୋଷ୍ଠି ଶିକ୍ଷାଧିକାରୀ ଏସ୍.ଗିରିଧାରୀ, ସିଡିପିଓ କୁସୁମ ସାହୁ,ବରିଷ୍ଠ କିରାଣୀ ସାହେବ ଶବର,ସାଂସଦ ପ୍ରତିନିଧି ଟି.ରଘୁପ୍ରସାଦ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଏଥିରେ ବ୍ଲକ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।ଏଥି ପୂର୍ବରୁ କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ନାଚ, ଗୀତ, କୁଇଜ,ଡିବେଟ୍ ଓ ଚିତ୍ର ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଛାତ୍ର ଛାତ୍ରୀଙ୍କୁ ବିସ୍କେଟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ସେହିପରି ଆଙ୍କୁଶପୁର ସ୍ଥିତ ସଦର ଥାନା ପରିସରରେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସେହିପରି ବ୍ଲକ ପରିସରରେ ଥିବା ଗୋଷ୍ଟି ସାଧନ କେନ୍ଦ୍ରରେ ବିଇଓ ଏସ.ଗିରିଧର ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ସେହିପରି ସିଡିପିଓ କାର୍ଯ୍ୟାଳୟ ପରିସରରେ ସିଡିପିଓ କୁସୁମ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ କର୍ମଚାରୀ ଓ ସୁପ୍ରଭାଇଜର ମାନେ ଉପସ୍ଥିତ ଥିଲେ।ସେହିଭଳି କୁକୁଡ଼ାଖଣ୍ଡି ତହସିଲଦାର କାର୍ଯ୍ୟାଳୟ ପରିସରରେ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର,ନାଜୀର ସନ୍ତୋଷ ଆଚାର୍ୟ୍ଯଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ସେହିଭଳି ନିମଖଣ୍ଡି ଫାଣ୍ଡିରେ ମଧ୍ୟ ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here