ଅନାଥ ଙ୍କ ଦରଦୀବନ୍ଧୁ ସାଜିଲେ ମନ୍ମଥ ବାବୁ

0
232

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):କୋରନା ସମୟରେ ବହୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଜୀବିକା ହରାଇବାରେ ଲାଗିଛନ୍ତି।ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢ଼େଇଛନ୍ତି ମନ୍ମଥ ବାବୁ।ଧରାକୋଟ ବ୍ଲକରେ ଅବସ୍ଥିତ ଶ୍ରୀ ଶ୍ରୀ ବାଲ୍ମୀକେଶ୍ୱର ଅନାଥ ଆଶ୍ରମ ରେ କରୋନା ସଚେତନତା ସକାଶେ ସମସ୍ତ ପିଲାମାନଙ୍କ ପାଇଁ ମାସ୍କ,ସାନିଟାଇଜର ଯୋଗାଇ ଦେଇଥିଲେ ଏବଂ ପିଲା ମାନଙ୍କ ପାଇଁ ସୁସ୍ଵାଦ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଆଶ୍ରମର ପିଲାମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିବାସହ ପିତାମ୍ବର ପିଲାଙ୍କୁ ଉଦବୋଧନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମନ୍ମଥ ବାବୁ,ପିତାମ୍ବର ଗୌଡ଼,ଦୀପ୍ତିରାଣୀ,ସଞ୍ଜୟ ଗୌଡ଼ ଯୋଗଦାନ କରି ପିଲା ମାନଙ୍କ ସହ କିଛି ସମୟ ବିତାଇ ଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here