ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ତିନି ପରିବାରକୁ ଭେଟିଲେ ବିଧାୟକ

0
274

ବୁଗୁଡା : ବୁଗୁଡା ଏନ.ଏ.ସି ୱାର୍ଡ ନଂ-୧୧ ର ଲଡୁ କିଶୋର ସାହୁ ବୟସ-୩୨ ଓ ୱାର୍ଡ ନଂ-୧୨ ର ଜାନକୀ ବାଡ଼ତ୍ୟା ବୟସ ୩୫ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇଁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶନିବାର ଦିନ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଥିଲେ। ବିଧାୟକ ଶ୍ରୀ ସାହୁ ଉଭୟ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଗୁଡା ବ୍ଲକର କନ୍ଧ ପଥରାପଲ୍ଲୀ ଗ୍ରାମର ୧୪ ବର୍ଷ ବୟସ୍କ ଶୟନ ବାଡ଼ତ୍ୟା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସହାୟତା ପ୍ରଦାନ ସମୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ସୁଧାଂଶୁ ଶେଖର ପାଢ଼ୀ,ମନୋରଞ୍ଜନ ଦାସ, କାହ୍ନୁ ଚରଣ ଭୂୟାଁ ଙ୍କ ସମେତ ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here