ଗଜପତିରେ ପୁଣି ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ପୋଡ଼ିଲେ

0
280

ପାରଳାଖେମୁଣ୍ଡି(ବସନ୍ତ ପଣ୍ଡା ) ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ଉଦୟଗୁଡା ଗ୍ରାମ ନିକଟରେ ନିକଟରେ ଥିବା ଜଙ୍ଗଲରୁ ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଏ ସଂକ୍ରାନ୍ତରୁ ପ୍ରକାଶ ଯେ ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଆନୁକୁଲ୍ୟରେ ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୧ କୋଟି ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡାଯାଇଥବା ସୂଚନା ମିଳିଛି। ଏକ ସୂଚନାକୁ ଆଧାର କରି ଆର୍‌.ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରିଥିଲେ। ଆର୍‌.ଉଦୟଗିରି ବ୍ଲକର ଉଦୟଗୁଡା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୫୭ ଏକରରୁ ଉର୍ଦ୍ଧ୍ୱ ଜମିରେ ବେଆଇନ ଭାବେ ଚାଷ କରିଥିବା୧,୧୪.୦୦୦ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୧ କୋଟି ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଚଢାଉ ନୂଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ ମାଜିଷ୍ଟ୍ରେଟ ଓ ପରିମଳ ଆରଆଇ ରାମ ରାଘବ ଗନ୍ତାୟତଙ୍କ ଉପସ୍ଥିତିରେ କରାଯାଇଥିଲା । ଏ ନେଇ ଆର୍‌.ଉଦୟଗିରି ଥାନାରେ କେସ ନଂ-୦୮/୨୧ ଏନଡିପିଏସ ଆକ୍ଟର ଧାରା ୨୦(କ)(ଆଇ)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଅପରପକ୍ଷରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଦିନ ଶହ ଶହ ଏକର ବେଆଇନ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିବା ଦ୍ଵାରା ପ୍ରଦ୍ୟୁଷଣ ପ୍ରଦ୍ୟୁଷିତ ହେବାରେ ଲାଗିଛି।ଏହା ନଷ୍ଟ କରିବା ପରେ ବିଭାଗୀୟ ପକ୍ଷରୁ ସେହି ଅଞ୍ଚଳରେ ଅନ୍ୟ କୌଣସି ବ୍ୟବସ୍ଥା କରାଯିବା ଆବଶ୍ୟକ ରହିଛି। ଏଠାରେ ପ୍ରଶାସନିକ ପକ୍ଷରୁ ନଷ୍ଟ କରାଯାଉଛି ଏବଂ ବେଆଇନ ଚାଷ ଚାଲୁଅଛି। ତେଣୁ ଏହି ଅଞ୍ଚଳ ରେ ସରକାର ଙ୍କ ଦ୍ଵାରା ଦ୍ରୃଢ ପଦକ୍ଷେପ ନେବାକୁ ସାଧାରଣ ଲୋକଙ୍କ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ଆସୁଛି।

LEAVE A REPLY

Please enter your comment!
Please enter your name here