ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତ ଦଳ ଗିରଫ

0
327

ବ୍ରହ୍ମପୁର ( ନ୍ୟୁଜ ଏକ୍ସଟ୍ରା ) ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ ସଫଳତା। ନଅ ଜଣ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତ ଦଳକୁ ଗୋସାଇଁ ନୂଆଗାଁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ପିସ୍ତଲ, ୩ ଟି ଜୀବନ୍ତ ଗୁଳି, ତିନିଟି ଜୀବନ୍ତ ବମ, ତିନିଟି ଖଣ୍ଡା, ତିନିଟି ଲୁହା ରଡ, ବିଭିନ୍ନ କମ୍ପାନୀର ୩୨ ଟି ସ୍ମାର୍ଟ ଫୋନ ଏବଂ ଓଡି ୩୩ ଡି ୪୮୮୫ ନମ୍ବର ଅଟୋ ରିକ୍ସା ଜବତ କରାଯାଇଛି। ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳ ବାର ରାତ୍ର ଅର୍ଥାତ ଜୁଲାଇ ୨୧ ତାରିଖ ୩.୩୦ ଏଏମ ସମୟରେ ଜାତୀୟ ରାଜପଥ-୧୬ ର ଖଜୁରିଆ ଓଭର ବ୍ରିଜ ନିକଟରେ ଜାତୀୟ ରାଜପଥରେ ଡକାୟତ ପାଇଁ ପ୍ରସ୍ତୁତ ହେଉଥିବା ୯ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଛି। ଗିରଫ ଆସାମୀମାନେ ହେଲେ ଝାଡଖଣ୍ଡ ରାଜ୍ୟର ୧-ଟିଗେର ନୋନିୟା(୨୯), ୨-ଛୋଟୁ କୁମାର ନୋନିୟା(୨୦), ୩-ରାହୁଲ କୁମାର(୨୦), ୪-ଚନ୍ଦନକ ନୋନିୟା(୨୨), ୫-ରାଜ କୁମାର ନୋନିୟା(୨୫), ୬-ରୋହନ କୁମାର ନୋନିୟା(୨୦), ୭-ବିଜୟ ଦାସ(୨୨), ୮-ଅରୁଣ କୁମାର(୨୨), ଏବଂ ଭୁବନେଶ୍ୱର ବାଳକାଟି ର ସାଗିର ଖାଁ(୫୭) । ଏନେଇ ଗୋସାଇଁ ନୂଆଗାଁ ପୋଲିସ ଥାନା କେସ ନଂ ୯୨ / ୨୧-୦୭-୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଗୋସାଇଁ ନୂଆଗାଁ ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ସୁମୀତ ସୋରେନ, ଉପ-ଆରକ୍ଷୀ ନିରୀକ୍ଷକ ଜି.ଆର.ବେହେରା, ଓ ପୋଲିସ ବାହିନୀ ଏବଂ ସହଯୋଗ କରିଥିଲେ ବି.ଏନ.ପୁର ପୋଲିସ ଥାନା ଉପ-ଆରକ୍ଷୀ ନିରୀକ୍ଷକ ବି.ବି.ସେଠୀ ଓ ପୋଲିସ ବାହିନୀ ନିୟୋଜିତ ହୋଇଥିଲେ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here