ଦୁଇ ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ ଶ୍ରୀକାନ୍ତ ସାହୁ

0
373

ପୋଲସରା: ପୋଲସରା ବ୍ଲକ ଓ ଏନ୍.ଏ.ସିର ଦୁଇ ମୃତକଙ୍କ ପରିବାରକୁ ଜୁଲାଇ ୧୭ ତାରିଖ ଦିନ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ । ପୋଲସରା ଏନ୍.ଏ.ସିର ୭ ନଂ ଓ୍ବାଡ଼ ଦେଉଳପେଢି ସାହିର ସନ୍ତୋଷ ବେହେରା(୪୫) ଆକସ୍ମିକ ଭାବେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପରିବାରକୁ ବିଧାୟକ ଶ୍ରୀ ସାହୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ନଗର ଯୁବ ବିଜେଡି ସଭାପତି ସନ୍ତୋଷ ବେହେରା,ଯୁବନେତା ରଞ୍ଜନ କୁମାର ପାଣିଗ୍ରାହୀ, ରବିନାରାୟଣ ପଟ୍ଟନାୟକ, ଅଭିଷେକ ଡାକୁଆ, ଜିଲ୍ଲା ସମ୍ପାଦକ ଗୋପାଳ କୃଷ୍ଣ ସାହୁ, କ୍ରିଷ୍ଣା ମଲ୍ଲିକ, ବାବୁଲା ସାହୁ, ବ୍ରଜେନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ପାତ୍ର, ଶଙ୍କର ଡାକୁଆ, ବୁଢା ପ୍ରଧାନ, ମୁନା ଶାସମଲ ଉପସ୍ଥିତ ଥିଲେ। ସେହିପରି ଭାବେ ପୋଲସରା ବ୍ଲକ ଅନ୍ତର୍ଗତ ଧୋୟାକଣା ଗ୍ରାମର ଯୁବ ବ୍ୟବସାୟୀ ବାବୁଲା ସ୍ବାଇଁ ଙ୍କ ମଧ୍ୟ ଶାରୀରିକ ଅସୁସ୍ଥତା କାରଣରୁ ଅକାଳରେ ବିୟୋଗ ହୋଇଥିଲା । ବିଧାୟକ ଶ୍ରୀ ସାହୁ ମୃତକଙ୍କ ପରିବାରକୁ ଭେଟି ଶୋକ ପ୍ରକଟ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ହାତିଓଟ ସରପଞ୍ଚ ନାରାୟଣ ସେଠୀ, ସମିତିସଭ୍ଯ ପ୍ରତିନିଧି ମୁନା ନାୟକ, ନରେନ୍ଦ୍ର ଦେବତା ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here