ବିଜୁ ଜନତା ଦଳର ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ

0
137

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ନିମିନା ଗ୍ରାମର ରଙ୍ଗମାଟିଆ ତୋଟା ପଡ଼ିଆରେ ବିଜୁ ଜନତା ଦଳର ୪୦ ନଂ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଏପ୍ରିଲ ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ଏହି ସାଂଗଠନିକ ବୈଠକରେ ଯୋଗ ଦେଇ ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଘରେ ଘରେ ନବୀନ ସରକାରଙ୍କ ଜନହିତକାରୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଏହି ସାଂଗଠନିକ ବୈଠକରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, କୋଦଳା ଏନଏସିର ପୂର୍ବତନ ଅଧ୍ୟକ୍ଷ ହର ପ୍ରସାଦ ସାହୁ, ୪୦ ନଂ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି , ବିଜୁ ଜନତା ଦଳର ସଂଗଠକ ଓ ସକ୍ରୀୟ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ଵରୁପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here