ସୁମତିର ଦୁଃଖ ବୁଝିବା କିଏ l

0
582

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାର ବେସାହାରା ବ୍ୟକ୍ତି ମାନଙ୍କୁ ଥଇଥାନ ତଥା ବଞ୍ଚିବାର ସର୍ବନିମ୍ନ ସୁବିଧା ସୁଯୋଗ ଦେବାପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସୁଯୋଗ ସୃଷ୍ଟି କରୁଛନ୍ତି l ଏଥିପାଇଁ ଅନେକ ନିରାଶ୍ରୟ ଓ ଗରିବ ଶ୍ରେଣୀର ଲୋକେ ଉପକୃତ ହେବାବି ନଜର ଆସୁଛି l କିନ୍ତୁ ଅନେକ ସ୍ଥାନରେ ସଚେତନତାର ଅଭାବ ହେଉ କିମ୍ବା ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଅନେକ ଅଭାବ, ଅସୁବିଧା ଏବଂ ଅନାଟନରେ କାଳାତିପାତ କରୁଥିବା ଲୋକଙ୍କ ପାଖରେ ଏସବୁ ସରକାରୀ ସହାୟତା ଅପହଞ୍ଚ ହୋଇ ରହିଛି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ l ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରୀଖମା ପଞ୍ଚାୟତ ଥୁଆମୂଳ ଗ୍ରାମର ସୁମତି ସାମଲ (35) l ପରିଣତି ବୟସରେ ସ୍ୱାମୀଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି l ଏଗାର ବର୍ଷ ତଳେ ସ୍ଵାମୀ ମଙ୍ଗୁଳୁ କୌଣସି ରୋଗରେ ପଡି ପ୍ରାଣ ହରାଇଛନ୍ତି l ପନ୍ଦର ବର୍ଷର ପୁଅ ଦୀପକ ଏବଂ ଏଗାର ବର୍ଷର ଝିଅ ଦୀପାକୁ ନେଇ ବଡ ଦୁଃଖ କଷ୍ଟରେ ଚଳୁଛନ୍ତି ସୁମତି l ଦିନେ ସ୍ୱାମୀ ମଙ୍ଗୁଳୁ ଓ ପୁଅଝିଅଙ୍କୁ ନେଇ ହସଖୁସିରେ ଚାଲୁଥିଲା ସଂସାର । ମାତ୍ର ସ୍ୱାମୀଙ୍କ ମୃତ୍ୟୁ ପରେ ସୁମତି ସଂସାରର ମଙ୍ଗ ଧରିଛନ୍ତି । ଗାଁ ତଥା ଗାଁ ବାହାରକୁ ଯାଇ ମୂଲ ଲାଗି ଦୁଇ ପିଲାଙ୍କ ମୁହଁରେ ଆହାର ଦେବା କଷ୍ଟ ହୋଇପଡୁଛି l ପିଲାଙ୍କ ପାଠପଢା କଥା ନକହିଲେ ଭଲ l ରହୁଥିବା ଘରର ଅବସ୍ଥା ଶୋଚନୀୟ l ପାଲ ଘୋଡେଇ କୌଣସି ମତେ ଆଶ୍ରୟ ନେଇଛନ୍ତି l ଏତେ ଅଭାବ ଅନାଟନରେ ଥିଲେସୁଦ୍ଧା ସହାୟତାର ହତବଢେଇବାକୁ କେହିନାହିଁ l ତେଣୁ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସହାୟତା ପ୍ରଦାନ କଲେ ପରିବାର ଉପକୃତ ହୁଅନ୍ତା l

LEAVE A REPLY

Please enter your comment!
Please enter your name here