ଧାର ଟଙ୍କା ମାଗିବାରୁ ଆକ୍ରମଣ : ମହିଳାଙ୍କ ସମେତ ୭ ଆହତ

0
303

ବୁଗୁଡ଼ା(ଅନିଲ କୁମାର ମହାରଣା) ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମରେ ଶନିବାର ଦିନ ଧାର ଟଙ୍କା ମାଗିବାରୁ ଆକ୍ରମଣ ଯୋଗୁଁ ଜଣେ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଥିବା ଜଣାପଡିଛି। ଆହତ ମାନେ ହେଲେ ଚିରିକିପଡା ଗ୍ରାମର ଗୋପବନ୍ଧୁ ବେହେରା, ପ୍ରଭାକର ବେହେରା, ସୁଜାତା ବେହେରା, କାଳିଆ ବେହେରା, ବିମ୍ବାଧର ବେହେରା,ଓ ଦିବାକର ବେହେରା ଏବଂ ଗୋଲିଆ ଗ୍ରାମର ସୁନୀଲ ପଲେଇ l ସମସ୍ତ ଆହତ ବୁଗୁଡ଼ା ମେଡିକାଲରେ ଚିକିତ୍ସା ହୋଇଥିବା ବେଳେ ଗୁରୁତର ଥିବା ଗୋପବନ୍ଧୁ, ପ୍ରଭାକର, କାଳିଆ ଓ ସୁଜାତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବର ପାଇ ବୁଗୁଡ଼ା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ସେକଣ୍ଡ ଅଫିସର ମନୋଜ କୁମାର ପ୍ରଧାନ ମେଡିକାଲରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି l ଘଟଣାରୁ ଜଣା ପଡିଛି ଯେ ଆଶିଷ ବେହେରାଙ୍କ ଠାରୁ ଅଳିଅ ବିଶୋଇ ଟଙ୍କା ଧାର ନେଇଥିଲେ l ଆଶିଷ ଧାର ଟଙ୍କା ଅଲିଆକୁ ମାଗିବାରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଅଳିଅ କିଛି ସମର୍ଥକକୁ ନେଇ ଶନିବାର ସନ୍ଧ୍ୟାରେ ଆଶିଷର ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଏନେଇ ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଦିବାକର ବେହେରାଙ୍କ ଏତଲା ପ୍ରକାରେ କେଶ ନଂ ୨୭୦/୨୦ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମଞ୍ଜୁଳା ଦେବୀଙ୍କ ଏତଲା ପ୍ରକାରେ କେଶ ନଂ ୨୭୧/୨୦ ରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଆଜି ରବିବାର ଦିନ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଉଭୟେ ଚିରିକିପଡା ଯାଇ ଅନୁସନ୍ଧାନ କରି ଫେଇଥିବା ବେଳେ କାହାରିକୁ ମଧ୍ୟ ଗିରଫ କରା ଯାଇପାରିନଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here