ଖବର ପ୍ରସାରଣ ପରେ ବେଗୁନିଆପଡ଼ା ବ୍ଲକ ଓ ଏଲ୍ ଏମ୍ ବିଭାଗ ଜିପି ଏଲ୍ ଏଫ୍ ପୁନଃ ଗଠନ ପାଇଁ ବାହାରିଲା ଚିଠି

0
267

ବେଗୁନିଆପଡା: ଗଣମାଧ୍ୟମରେ ରେ ଖବର ପ୍ରସାରଣ ପରେ ଚେତିଲା ବେଗୁନିଆପଡ଼ା OLM ବିଭାଗ । ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ହୋଇଥିବା ଅନିୟମିତତା ଘଟଣାର ନୂଆମୋଡ଼ । ଖବର ପ୍ରସାରଣ ପରେ ଚିଠି ବାହାର କଲେ ବିଭାଗୀୟ ଅଧିକାରୀ । ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି (GPLF) ଜିପିଏଲଏଫ ମେମ୍ବର ପରିବର୍ତ୍ତନ ନ ହୋଇଥିବା ଖବର ପ୍ରସାରଣ ପରେ ଚେତିଲା ବିଭାଗ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ୫ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି OLM ବିଭାଗ । ଏହି ବ୍ଲକ ୨୩ ଗୋଟି ପଞ୍ଚାୟତକୁ ନେଇ ଗଠିତ । ଏହି ପଞ୍ଚାୟତ ମାନଙ୍କରେ ରହିଥିବା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ବା GPLF ସଂଘର ସଦସ୍ୟମାନେ ଦୀର୍ଘ ୫ରୁ ଉର୍ଦ୍ଧ୍ବ ବର୍ଷ ଧରି କାର୍ଯ୍ୟ କରୁଛନ୍ତି, ଯାହାକି ଗାଇଡ୍ ଲାଇନ୍ ବାହାରେ । ଗାଇଡ୍ ଲାଇନ୍ ଅନୁଯାୟୀ GPLF ର ସଦସ୍ୟମାନେ ୨ ବର୍ଷ ପାଇଁ କାର୍ଯ୍ୟ କରିବା ନିୟମ ଥିବା ବେଳେ ଏହି ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ଦୀର୍ଘ ୫ ବର୍ଷ ଧରି ସଦସ୍ୟ ପରିବର୍ତ୍ତନ କରାଯାଇ ନାହିଁ । ନାରୀମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ବିଭାଗ ଓ କାର୍ଯ୍ୟପନ୍ଥା ଆପଣାଉ ଥିବାର ଦେଖିବାକୁ ମିଳୁଥିବା ବେଳେ କିଛି ସ୍ଥାନରେ ଏହାକୁ ଢ଼ାଲ କରି ମହିଳା ମାନଙ୍କ ନାମରେ ଆଇନ୍ ବହିର୍ଭୂତ କାର୍ଯ୍ୟ ହେଉଥିବାର ମଧ୍ଯ ନଜରକୁ ଆସିଥିଲା । ଯାହାର ଖବର କିଛି ଦିନ ତଳେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ GPLF ମେମ୍ବର ପରିବର୍ତ୍ତନ ଲାଗି ଚିଠି କରାଯାଇଛି । ଯାହା ବେସରକାରୀ ସୂତ୍ରରୁ ଆମର ହସ୍ତଗତ ହୋଇଛି । କଣ ପାଇଁ ଏତେ ଦିନ ହେଲା ପୁନଃ ଗଠନ ହୋଇନଥିଲା GPLF ? ଖବର ପ୍ରସାରଣ ପରେ ତରବରିଆ ଭାବେ ଚିଠି କରାଯାଇଥିବା ବେସରକାରୀ ସୂତ୍ରରୁ ଆମକୁ ହସ୍ତଗତ ହୋଇଛି ?

LEAVE A REPLY

Please enter your comment!
Please enter your name here