ବୁଗୁଡାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

0
290

ପୋଲସରା : ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଶହେ ବର୍ଷ ପୂର୍ତ୍ତି ଓ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅହିଂସା ନୀତିର ପ୍ରଚାର ଓ ପ୍ରସାର ପାଇଁ ସମଗ୍ର ଓଡିଶାରେ ଅହିଂସା ରଥ ପରିକ୍ରମା କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଚତୁର୍ଥ ଦିବସରେ ବୁଗୁଡା ବ୍ଲକ ଓ ଏନଏସିରେ ଅହିଂସା ରଥ ପରିକ୍ରମା କରିଥିବା ବେଳେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଶଙ୍ଖ ନାଦ,ବାଘ ଓ ଘୋଡା ନାଚ, ଏବଂ ବାଜା ଧ୍ୱନି ସହ ସହ ଭାରତ ମାତା, ମହାତ୍ମା ଗାନ୍ଧୀ , ଅହିଂସା ନୀତି ଓ ଉତ୍କଳ ଜନନୀ ଙ୍କ ଜୟଗାନ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ବୁଗୁଡା ଅଞ୍ଚଳ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର , ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା, ସିଡିପିଓ ରଞ୍ଜିତା ତ୍ରିପାଠୀ, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି , ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ. ନୀଳମାଧବ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖଙ୍କ ସମେତ ଜନ ପ୍ରତିନିଧି ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏ କରଡ଼ାବାଡ଼ି, ପୋଚାଲୁଣ୍ଡି, କଳମ୍ବ, ବାଲିପଦର, ପାଙ୍ଗିଡି ପ୍ରଭୃତି ଗ୍ରାମରେ ବାଲିପଦରର ଛାତ୍ରଛାତ୍ରୀ ବୃନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଓ ଅଧ୍ୟାପକ ବୃନ୍ଦ, ଓଆଇସି ସମୀର କୁମାର ବେହେରା, ସ୍ଥାନୀୟ ସରପଞ୍ଚ ଓ ସମିତି ମେମ୍ବର ପ୍ରମୁଖଙ୍କ ଉପସ୍ଥିତରେ ଜନସାଧାରଣ ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହାପରେ ଅହିଂସା ରଥ ବୁଗୁଡା ଏନ୍.ଏ.ସି ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ବୁଗୁଡା ଏନଏସିରେ ମୁଖ୍ୟ ଆକର୍ଷଣ ଥିଲା ୭୦୦ ମିଟର ଲମ୍ବର ଜାତୀୟ ପତାକା। ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ , ଅଧ୍ୟକ୍ଷ ଶ୍ରୀ ପ୍ରଧାନ, ଉପାଧ୍ୟକ୍ଷା ଶ୍ରମତୀ ପାଢ଼ୀ ଓ ସମସ୍ତ କାଉନସିଲର ସ୍ବାଗତ ସମ୍ବର୍ଦ୍ଧନା କରି ଅହିଂସା ରଥକୁ ପାଛୋଟି ନେଇଥିଲେ । ଗାନ୍ଧିଜୀଙ୍କ ଅହିଂସା ନୀତି ଉପରେ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ବୃନ୍ଦ ସ୍ମୃତି ଚାରଣ କରିଥିଲେ। ଏହାପରେ ଅହିଂସା ରଥକୁ ଗୋଲିଆ ଗ୍ରାମଦେଇ ପୋଲସରା ବ୍ଲକର ଚିରିକିପଡା ଶାସନର ସିଂହାସିନୀ ତୋରଣ ଦ୍ୱାର ନିକଟରେ ବୁଗୁଡା ବ୍ଲକରୁ ବିଦାୟ ଦିଆଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here