ଆର୍. କେ. ଡାଇବେଟିସ୍ ଏଣ୍ଡ ଏଣ୍ଡୋକ୍ରାଇନ୍‌ ସେଣ୍ଟର ପକ୍ଷରୁ “ମଧୁମେହ ମାତ୍ “ କାର୍ଯ୍ୟକ୍ରମ

0
223

ବ୍ରହ୍ମପୁର:ସ୍ଥାନୀୟ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଆର୍. କେ. ଡାଇବେଟିସ୍ ଏଣ୍ଡ ଏଣ୍ଡୋକ୍ରାଇନ୍‌ ସେଣ୍ଟର ପକ୍ଷରୁ “ମଧୁମେହ ମାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ ଏବଂ ଗୁରୁମା ମାନଙ୍କର ରକ୍ତ ଶର୍କରା ସ୍ତରର ପରୀକ୍ଷା କରାଯିବା ସହିତ ଏକ ମଧୁମେହ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ସୁବ୍ରତ କୁମାର ପାଣିଗ୍ରାହୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଏମ୍.କେ.ସି.ଜି. ମେଡିକାଲ କଲେଜ ଅନ୍ତସ୍ରାବ ବିଭାଗର ସହଯୋଗୀ ଅଧ୍ୟାପକ ଡାକ୍ତର ପି.ରବି କୁମାର ଯୋଗ ଦେଇ କର୍ମଶାଳାରେ ଭାଗ ନେଇଥିବା ଗୁରୁଜୀ ଏବଂ ଗୁରୁମା ମାନଙ୍କୁ କରେ।ନା ଜନିତ ମଧୁମେହ ଏବଂ ମାତ୍ରାଧିକ ଷ୍ଟେରଏଡ୍‌ ବ୍ୟବହାର ଯୋଗୁଁ ନୂଆ କରି ପୀଡିତ ମଧୁମେହ ରୋଗୀ ଏବଂ ରୋଗ ସଂପର୍କରେ ବିଷଦ୍ ଆଲୋଚନା କରିଥିଲେ। ପରିବାରରେ ମଧୁମେହରେ ଆକ୍ରାନ୍ତ ସଦସ୍ୟ ମାନଙ୍କର ସାଂପ୍ରତିକ କରୋନା ସ୍ଥିତିରେ ରକ୍ତ ଶର୍କରା ସ୍ତରରେ ନିୟନ୍ତ୍ରଣ ରଖିବାପାଇଁ ଧ୍ୟାନ ଦେବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ନିୟମିତ ଔଷଧ ସେବନ, ସଠିକ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ ସହିତ, ସୁଷମ ଆହାର, ପ୍ରତିଦିନ ବ୍ୟାୟମ, ଯୋଗ ଏବଂ ପ୍ରାଣାୟମ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ଆର୍. କେ. ଡାଇବେଟିସ୍ ଏଣ୍ଡ ଏଣ୍ଡୋକ୍ରାଇନ୍‌ ସେଣ୍ଟରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here