ବେପରୁଆ ବନବିଭାଗ; ଚିତା ବାଘର ମୃତ ଦେହ ଠାବ ଫଟୋ ଭାଇରାଲ୍ !

0
679

ଦିଗପହଣ୍ଡିି, (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ବ୍ଳକ ଅଧିନସ୍ଥ କଇଠଖଣ୍ଡି ଗ୍ରାମ ସ୍ଥିତ ଘୋଡାହାଡ କେନାଲରେ ସୋମବାର ସକାଳୁ ଏକ ବିରଳ ପ୍ରଜାତି ବାଘର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ମୃତଦେହଟି କେନାଲ କଡରେ ଲାଗିବା ପରେ ଗ୍ରାମବାସୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଚିହ୍ନ ଏବଂ ବର୍ଣ୍ଣକୁ ଗ୍ରାମବାସୀ ଦେଖି ଚିତାବାଘ ବୋଲି ସନ୍ଦେହ କରୁଥିବା ବେଳେ ଦୀର୍ଘ ସମୟ ଧରି ପାଣିରେ ବୁଡି ମୃତ ଦେହ ଭାସି ଭାସି ଆସିଥିବା ଅନୁମାନ କରାଯାଉଛି । ଗ୍ରାମବାସୀ ଏହାର ଫଟୋ ଉତ୍ତୋଳନ କରିବା ପରେ ବନବିଭାଗକୁ ଖବର କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ଭୟଆଶଙ୍କା କରି ପୁନଶ୍ଚ କେନାଲ ଜଳ ସ୍ରୋତରେ ମୃତ ଦେହଟିକୁ ଭସାଇ ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ମାନେ କେନାଲ ପାଶ୍ୱର୍ରେ ଦୀର୍ଘ ସମୟ ଧରି ପାଟ୍ରୋଲିଂ କରିଥିଲେ ହେଁ ମୃତ ଦେହକୁ ଖୋଜି ପାଇପାରିନଥିବା ଜାଣିବାକୁ ମିଳିଛି । ଫଟୋକୁ ଦେଖି ବନବିଭାଗ ପକ୍ଷରୁ ବଣ ଭୁଆ ବୋଲି ଦାବୀ କରାଯାଉଥିବା ବେଳେ ଉକ୍ତ ମୃତ ଦେହଟିର ଲମ୍ବ ଓ ଉଚ୍ଛତାରୁ ଲୋକେ ଚିତା ବାଘ ବୋଲି ସନ୍ଦେହ କରୁଥିବା କହିଛନ୍ତି । ଖବର ଲେଖିବା ସୁଦ୍ଧା ମୃତ ଦେହ ଖୋଜା ଜାରି ରହିଛି। ପ୍ରକାଶ ଯେ, ଚାଙ୍ଗୁଡିଦେଇ, ଗାଇଡା ଏବଂ ଲଖାରୀ ଅଞ୍ଚଳରେ ଚିତା ବାଘର ଉପସ୍ଥିତି ରହିଥିବା ବନବିଭାଗ ପାଖରେ ଖବର ରହିଛି । ଏନଟିସିଏ( ନ୍ୟାସନାଲ୍ ଟାଇଗର୍ କଞ୍ଜରଭେଟିଭ୍ ଅଥରିଟି) ସୂଚନା ପ୍ରକାରେ ଗଞ୍ଜାମ, ଗଜପତି ଓ ଆନ୍ଧ୍ରସୀମାନ୍ତ ଅଞ୍ଚଳରେ ମହାବଳ ଏବଂ ଚିତାବାଘ ଆଦିର ଉପସ୍ଥିତି ରହିଛି । ଏଥିପାଇଁ ସ୍ୱତନ୍ତ୍ର ପ୍ରଜେକ୍ଟ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ ସମିତି ମାନ କରାଯାଇଛି । ବନବିଭାଗର ତଦାରଖ କ୍ରମେ ଗ୍ରାମବାସୀଙ୍କୁ ସଚେତନତା ସୃଷ୍ଟି କରି ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ନିୟମ ରହିଛି । ସେହିପରି ବନବିଭାଗର ଫରେଷ୍ଟର୍ ଏବଂ ଫରେଷ୍ଟ ଗାର୍ଡ, ୱାଚର୍, ପାରା ଷ୍ଟାଫ୍ ଆଦିମାନଙ୍କୁ ବ୍ୟାଘ୍ର ଏବଂ ହାତୀ ଭଳି ବିଭିନ୍ନ ବିରଳ ପ୍ରଜାତି ପଶୁ ପକ୍ଷୀଙ୍କ ଉପସ୍ଥିତି ଅଞ୍ଚଳରେ ସେମାନଙ୍କୁ ସୁରକ୍ଷା ପାଇଁ ଦୈନିକ ପାଦ ଚଲା ପାଟ୍ରୋଲିଂ ଜିପିଏସ୍ ମାଧ୍ୟମରେ କରିବାକୁ ନିୟମ ରହିଛି । ହେଲେ ସମସ୍ତ କର୍ମଚାରୀ ପାଳି କରି ଜିପିଏସ୍କୁ ଧରି ପାଟ୍ରୋଲିଂ ଔପଚାରିକତା ଦୃଷ୍ଟିରୁ କରିଦେଉଥିବା ଜାଣିବାକୁ ମିଳିଛି । ବିଗତ ବାଘ ଗଣନା ସମୟରେ ବନବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ପିଟ୍ (ବାଲି ବିଛା ସ୍ଥାନ)ରେ ସେଠାରେ ସଂଗୃହିତ ପାଦ ଚିହ୍ନ ଏବଂ ମଳରୁ ଗାଇଡା ଏବଂ ନୂଆପଡା ସେକ୍ସନରେ ଚିତା ବାଘର ଉପସ୍ଥିତି ରହିଥିବା ଜାଣିବାକୁ ମିଳିଛି । ନିକଟରେ ବନବିଭାଗର ବରିଷ୍ଠ ଅଧିକାରୀ ଡିଏଫ୍ଓ ଆଶିଷ କୁମାର ବେହେରାଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯିବା ପରେ ତାଙ୍କୁ ବିଭିନ୍ନ ଅସାଧୁ କାର୍ଯ୍ୟରେ ସହଯୋଗ କରିଥିବା ଦିଗପହଣ୍ଡି ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀଙ୍କ ଆୟ ବର୍ହିଃଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେବା ଆଦି ଠାରୁ ଦିଗପହଣ୍ଡି ବନାଞ୍ଚଳରେ ବନବିଭାଗର କାର୍ଯ୍ୟ ସବୁ ତଦାରଖ କରିବା ପାଇଁ

LEAVE A REPLY

Please enter your comment!
Please enter your name here