୪୨୫ ଲିଟର ଦେଶୀ ମଦ ଓ ପେକିଙ୍ଗ ମେସିନ ଜବତ, ଜଣେ ଗିରଫ

0
235

ବ୍ରହ୍ମପୁର:ବ୍ରହ୍ମପୁର ଅବକାରୀ ବିଭାଗ ଓ ଗୋସାଇଁ ନୂଆଗାଁ ପୋଲିସ ଥାନା ପକ୍ଷରୁ ମିଳିତ ଭାବେ ଲାଞ୍ଜିପଲ୍ଲୀ ଢ଼ିପ ସାହିରେ ଚଢ଼ାଉ କରି ୪୨୫ ଲିଟର ଦେଶୀ ଅପମିଶ୍ରିତ ମଦ ଓ ପେକିଙ୍ଗ ମିସିନ ଜବତ କରିବା ସହ ଡ଼ି.ଉଦୟଭାନୁ ରେଡି(୫୦) ଙ୍କୁ ଗିରଫ କରା ଯାଇଥିବା ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି। ଏହି ଅପମିଶ୍ରିତ ଦେଶୀ ମଦ କାରବାରରେ ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ଅନୁସନ୍ଧାନ ଚାଲୁ ରହିଥିବା ବେଳେ ଗୋସାଇଁ ନୂଆଗାଁ ଥାନା କେଶ ନଂ ୬୯ ତା ୩୧/୫/୨୧ ରିଖ ପ୍ରକାରେ ଓଡିଶା ଅବକାରୀ ଆଇନ ଧାରା ୟୁ/ଏସ ୨୭୨,୨୭୩,୩୪ ଆଇପିସି ସେକ୍ସନ ୫୨ ଏ(୧) ଓ ୫୫ ପ୍ରକାରେ ଏକ ମାମଲା ରୁଜ୍ଜୁ କରାଯାଇଛି।

ରିପୋର୍ଟ :ପ୍ରଣୟ ପଣ୍ଡା

LEAVE A REPLY

Please enter your comment!
Please enter your name here