ଦରଦାମ ବିରୋଦ୍ଧରେ ଜାତୀୟ କଂଗ୍ରେସର ଧାରଣା ଓ ଦାବିପତ୍ର ପ୍ରଦାନ

0
246

ବୁଗୁଡା : ବୁଗୁଡା ବ୍ଲକ ଓ ନଗର କଂଗ୍ରେସ ପାର୍ଟି ପକ୍ଷରୁ ଜୁଲାଇ ୦୯ ତାରିଖ ଦିନ ବୁଗୁଡା ବ୍ଲକ ଅଫିସ ସମ୍ମୁଖରେ ଦରଦାମ ବିରୁଦ୍ଧରେ ପ୍ରତିବାଦ କରି ଧାରଣା ଦେବାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୁଗୁଡା ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା, ମଣ୍ଡିରେ ଧାନ ସଂଗ୍ରହ ସମୟ ଜୁଲାଇ ଶେଷ ଯାଏ ବୃଦ୍ଧି କରିବା, କେନ୍ଦ୍ର ସରକାର ଇନ୍ଧନ ଗ୍ୟାସ ଓ ଖଣିଜ ତୈଳ ଦର ତୁରନ୍ତ କମାଇବା ପ୍ରଭୃତି ବିଷୟରେ ଦାବୀପତ୍ର ବିଡ଼ିଓ ତନ୍ମୟ ପାତ୍ରଙ୍କୁ ପ୍ରଦାନ କରିଥିଲେ। ବୁଗୁଡା ବ୍ଲକ କଂଗ୍ରେସ ସଭାପତି ଶଙ୍କର୍ଷଣ ବେହେରା, ନଗର କଂଗ୍ରେସ ସଭାପତି ଦୁର୍ଗା ମାଧବ ପଣ୍ଡା, କଂଗ୍ରେସ ନେତା ଜାନକୀବଲ୍ଲଭ ରାଉତ, ମାନସ ରଞ୍ଜନ ଦାଶ, ଗନ୍ଧମାର୍ଦ୍ଦନ ସେଠୀ, ସୁଜିତ କୁମାର ସ୍ୱାଇଁ ପ୍ରମୁଖ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଆନ୍ଦୋଳନରେ ଯୋଗଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here