ଚିରିକିପଡା ଶାସନରେ ତିନି ଗୋଟି ପ୍ରକଳ୍ପ ଉଦଘାଟିତ

0
246

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଜୁଲାଇ ୦୯ ତାରିଖ ଦିନ ତିନି ଗୋଟି ପ୍ରକଳ୍ପ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ୩ ଟି ପ୍ରକଳ୍ପ , ପୁରୁଣା ବସଷ୍ଟାଣ୍ଡ ଠାରେ ବିଜୁ ଯାତ୍ରୀ ବିଶ୍ରାମଗାର,ନୂଆଁ ସାହି ଯଜ୍ଞ ମଣ୍ଡପ,ହାଇସ୍କୁଲ ପଡିଆ ସ୍ଥିତ ଅଙ୍ଗନବାଡି କେନ୍ଦ୍ରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ତିନି ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ବ୍ଳକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଞ୍ଜୁକ୍ତା ବାଡତ୍ଯା, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ଜିଲ୍ଲାପରିଷଦ ସଦସ୍ଯା ସସ୍ମିତା ତରାଇ, ସରପଞ୍ଚ ସୁଜାତା ସାହୁ, ସମିତିସଭ୍ଯା ସୁଭଦ୍ରା ସାହୁ, ନାଏବ୍ ସରପଞ୍ଚ ଜିତେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ଗ୍ରାମର ମହିଳା ମାନେ ଭବ୍ଯ ସମ୍ବର୍ଦ୍ଧନା କରି ଗ୍ରାମ ପରିକ୍ରମା କରାଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଗ୍ରାମର ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ରଭାନୁ ସାହୁ, ବ୍ଳକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, ମନୋଜ ସାହୁ, ସୂର୍ଯ୍ଯ ନାରାୟଣ ପାଢ଼ୀ, ପାଣ ନାୟକ, ବସନ୍ତ କରଣ, ବସନ୍ତ ଜେନା, ସୁକାନ୍ତ ଭୂୟାଁ, ସୁନୀଲ ନାୟକ, ପୃଥିବୀରାଜ ନାୟକ, ନାରାୟଣ ପ୍ରଧାନ ସମେତ ଗ୍ରାମର ସମସ୍ତ ଅଙ୍ଗନବାଡ଼ି କର୍ମୀ, ୱାର୍ଡ ସଭ୍ଯା/ସଭ୍ୟ ଓ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here