କୋରନା ଯୁଦ୍ଧ ର ଯୋଦ୍ଧା ସାଜିଲେ ଘୁମୁସର ମାଟିର ଯୁବକ ସୌମ୍ୟରଂଜନ

0
454

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ଭଳି ମହାମାରୀ ପରିସ୍ଥିତି ରେ ସ୍ୱୟଂଚାଳିତ ସାନିଟାଇଜ ମଶିନ ପ୍ରସ୍ତୁତ କରି ଚର୍ଚ୍ଚା କୁ ଆସିଛନ୍ତି ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଢୁଢୁଆ ଗ୍ରାମର ସୌମ୍ୟରଂଜନ ପ୍ରଧାନ। ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଯୁକ୍ତତିନି ବିଜ୍ଞାନ ର ଦ୍ୱିତୀୟ ବର୍ଷର ଛାତ୍ର ସୌମ୍ୟରଂଜନ ଲକ୍ ଡାଉନ ସମୟରେ ନିଜର ମୂଲ୍ୟବାନ ସମୟ ନଷ୍ଟ ନକରି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏକ ପୋର୍ଟାବଲ ସାନିଟାଇଜ କୋଠରି ପ୍ରସ୍ତୁତ କରିଛନ୍ତି। ଏଥିରେ ସୌମ୍ୟରଂଜନ ଙ୍କୁ ନିଜ ପରିବାର ସହ କିଛି ଯୁବକ ମଧ୍ୟ ସହାୟତା କରିଛନ୍ତି। ଏହି କୋଠରି ର ଵିଶେଷ୍ୟତ ହେଉଛି ହ୍ୟାଣ୍ଡୱାସ ଓ ସାନିଟାଇଜର ବୋତଲ କୁ ନଛୁଇଁ ଜଣେ ବିଶୋଧିତ ହୋଇପାରିବ। ଲୋକ ମାନଙ୍କ ଆବଶ୍ୟକତା କୁ ଧ୍ୟାନରେ ରଖି ସେ ଏହା ପ୍ରସ୍ତୁତ କରିବା ସହ ପ୍ରତିଦିନ ସେ ଏହାକୁ ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ରେ ରହି ସେବା ଯୋଗାଇବା ସହ କୋରନା ରୁ ନିଜକୁ ସୁରକ୍ଷିତ ରହିବା ସହ ତାଙ୍କ ସହ ସେଲଫି ଉଠାଇ କୋଠରି ଭିତରକୁ ଯାଇ ନିଜକୁ ସାନିଟାଇଜ କରନ୍ତୁ ବୋଲି କହିଛନ୍ତି ସୌମ୍ୟରଂଜନ।

LEAVE A REPLY

Please enter your comment!
Please enter your name here