ଘାଟିର ଜଲାରେ କମାଣ୍ଡର ତଳକୁ ଆଠଜଣ ଗୁରୁତ୍ବର

0
333

କୋରାପୁଟ ( ନ୍ୟୁଜ ଏକ୍ସଟ୍ରା) ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତଳକାଣ୍ଟି ଗ୍ରାମ ଓ କୋଡ଼ିଆମ୍ବା ମଧ୍ୟରେ ରହିଥିବା ଏକ ଘାଟିର ଏକ ଝୋଲା ତଳକୁ ଖସି ତଳକାଣ୍ଟି ଗ୍ରାମର ୮ଜଣ ଯୁବକ ଗୁରୁତର ହୋଇ ଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଗତକାଲି ତଳକାଣ୍ଟି ଗ୍ରାମର ୮ଜଣ ଯୁବକ କୌଣସି କାର୍ଯ୍ୟରେ କୋଡ଼ିଆମ୍ବା ଗ୍ରାମକୁ ଯାଉଥିଲେ । ଯିବା ସମୟରେ ପ୍ରାୟ ୪.୩୦ମିନିଟ ସମୟରେ ତଳକାଣ୍ଟି ଗ୍ରାମ ଓ କୋଡ଼ିଆମ୍ବା ମଧ୍ୟରେ ରହିଥିବା ଏକ ଘାଟିରେ କମାଣ୍ଡର ଗାଡି ଭାରସାମ୍ୟ ହରାଇ ଘାଟି ତଳ ଝୋଲା ତଳକୁ ଖସି ପଡ଼ିଥିଲା। ଯାହାଫଳରେ କି ୮ ଜଣ ଯୁବକ ରାଜେଶ ଖରା ,ରଞ୍ଜି ଗେମେଲ,ଲୋକ ଗେମେଲ ,ମୁନା ଗେମେଲ ,ନବୀ ଗେମେଲ ,ଦାଉ ଦ ଗେମେଲ , ଜସେଫ ଗେମେଲ ଓ ସୁରେ ଗେମେଲ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ୧୦୮ ଯୋଗେ ପଟ୍ଟାଙ୍ଗି ଗୋଷ୍ଠୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଉଥିବା ଜଣାପଡିଛି

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here