ଅଟୋ ଦୁର୍ଘଟଣା :୨୫ ଜଣ ଆହତ :୪ ଜଣ ଗୁରୁତର

0
263

ବାଲିଗୁଡା(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ୫୯ ନଂ.ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ମେଡିକାଲ ନିକଟରେ ଏକ ପାସେଞ୍ଜର ଅଟୋ ନଂ.ଓଡ଼ି-୧୨-ଡ଼ି-୩୩୨୪ ରେ ୨୫ ଜଣ ଲୋକଙ୍କୁ ଧରି ସୋମବାର ଅପରାହ୍ନରେ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଅରାକାମ୍ବା ଗ୍ରାମରୁ ପର୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡାସପାଟା ଗ୍ରାମର ଏକ ଭୋଜିକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଅଟୋଟି ୨୫ ଜଣ ଯାତ୍ରୀଙ୍କୁ ବସାଇ ଦ୍ରୁତଗତିରେ ଯାଉଥିବା ସମୟରେ ରାସ୍ତା ଉପରେ ଗାଇଗୋରୁ ରହିଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲୋଟି ପଡିଥିଲା । ଫଳରେ ଅଟୋ ଭିତରେ ବସିଥିବା ୨୫ ଜଣ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଧିକ ଛୋଟ ପିଲା ରହିଥିବା ବେଳେ ବୃଦ୍ଧବୃଦ୍ଧା ଓ ମଧ୍ୟ ବୟସ୍କ ଲୋକ ରହିଥିଲେ । ୨୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ମେଡିକାଲକୁ ରେଫର କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ସିମନବାଡ଼ି ମେଡିକାଲରେ ହିଁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ଛାଡି ଦିଆଯାଇଥିଲା । ଗୁରୁତର ୪ ଜଣ ହେଲେ ଅରାକାମ୍ବା ଗ୍ରାମର ଏକ ବର୍ଷର ଶିଶୁ ବର୍ଷା ମଳିକ, ଚିଣ୍ଟୁ ମଳିକ(୧୬), କାନିରୀ ମଳିକ (୬୦),ଲଳିତା ପ୍ରଧାନ(୩୫) । ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସ ଖବର ପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ବିରେନ୍ଦ୍ର ପ୍ରଧାନ ଓ ଉମାଚରଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ଅଟୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଥି ସହିତ ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ପଚାରି ବୁଝିଥିବା ଜଣାପଡିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here