ଇଫ୍-କୋ ପକ୍ଷରୁ କୃଷକ ତାଲିମ ଶିବିର

0
306

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଇଫ୍-କୋ ପକ୍ଷରୁ କୃଷକମାନଙ୍କ ଏକ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ଇଫ୍-କୋ ର କ୍ଷେତ୍ର ଅଧିକାରୀ ପ୍ରତ୍ୟୁଷ ବେହେରା ଯୋଗ ଦେଇ ଚାଷୀଙ୍କୁ ୟୁରିଆ ସାର ପରିବର୍ତ୍ତେ ଅଣୁସାର ନାନୋ ନାଇଟ୍ରୋଜନ୍ ଓ ମାଟିର ଉର୍ବରତା ବୃଦ୍ଧି ପାଇଁ ଜୈବିକ ସାର ପ୍ରୟୋଗ ଉପରେ ପରାମର୍ଶ ଦେଇଥିଲେ। ବାଲିପଦର ସେବା ସମବାୟ ସମିତି ସଂପାଦକ ପ୍ରଫୁଲ୍ଲ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ଚାଷୀଙ୍କୁ ମାଗଣାରେ ଅଣୁ ସାର କିଟ୍ ପ୍ରଦାନ କରାଯାଇଥିଲା । ତ୍ରିନାଥ ନାୟକ, ବଂଶୀଧର ବିଷୋୟୀ, ସତ୍ୟନାରାୟଣ ସାହୁ, ପ୍ରଶାନ୍ତ କୁମାର ପାତ୍ର ଓ ବାଲ୍ମିକୀ ବିଷୋୟୀ ପ୍ରମୁଖ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here