ସମ୍ପତି ବିବାଦରୁ ହତ୍ୟାକାଣ୍ଡ

0
279

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୁତି ଗ୍ରାମ ବେଢ଼ା ସାହିରେ ସମ୍ପତି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ମୃତକ ହେଉଛନ୍ତି ସେହି ଗ୍ରାମର ସନ୍ତୋଷ ନାୟକ ( ୩୮ ) । ପୁଲିସ ସୂଚନା ମୁତାବକ ସନ୍ତୋଷଙ୍କ ବଡ ଭାଇ ଭଗବାନଙ୍କ ପ୍ରାୟ ଚାରି ବର୍ଷ ତଳୁ ମୃତୁ ହୋଇସାରିଛି । ସ୍ୱାମୀଙ୍କ ପୈତୃକ ସମ୍ପତିରୁ ଭାଗ ମାଗୁଥିବାରୁ ଭଗବାନଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ସହ ସନ୍ତୋଷ ତାଙ୍କ ବାପା ଗୋରାଚାନ୍ଦଙ୍କ ବିବାଦ ଲାଗି ରହିଥିଲା । ଶନିବାର ପୂର୍ବାହ୍ନରେ ଲକ୍ଷ୍ମୀ ତାଙ୍କ ବାପା ଓ ତିନି ଭାଇ ମିଶି ସନ୍ତୋଷଙ୍କ ଘରେ ପଶି ତାଙ୍କୁ ଓ ଗୋରାଚାନ୍ଦଙ୍କୁ ବାଉଁଶ ଠେଙ୍ଗା ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସନ୍ତୋଷ କୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆକ୍ରମଣ ପ୍ରତି ଆକ୍ରମଣରେ ଲକ୍ଷ୍ମୀ ,ତାଙ୍କ ବାପାଙ୍କ ସମେତ ମୃତ ସନ୍ତୋଷଙ୍କ ବାପା ମଧ୍ୟ ଆହତ ହୋଇଛନ୍ତି । ସନ୍ତୋଷଙ୍କ ସ୍ତ୍ରୀ ମୀରା ନାୟକ ପୁଲିସ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here