ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ୫୦ ମିଟର ଦୁରତାରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ,ତୁରନ୍ତ ଅପସାରଣ ଦାବି

0
251

ବେଲଗୁଣ୍ଠା:ବେଲଗୁଣ୍ଠା-ଭଞ୍ଜନଗର ମୁଖ୍ୟରାସ୍ତା ତଥା ମୁଖ୍ୟ ବଜାର କଡରେ ଏବଂ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଏକ ବିଦ୍ୟୁତ୍ ଖୁଣ୍ଟ ବିପଦ ଶଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ଦୃଷ୍ଟି ନ ପଡିବା ଚିନ୍ତାର ବିଷୟ ପାଲଟିଛି ।ଏହି ଲୁହା ଖୁଣ୍ଟଟି ବହୁବର୍ଷ ହେଲା ରାସ୍ତା କଡରେ ରହିଅଛି ଏବଂ ଏହା ଉପରେ ୧୧କେଭି ବିଦ୍ୟୁତ୍ ତାର ଯାଇଅଛି ।ଏଥି ସହିତ ସେହି ଖୁଣ୍ଟ ରୁ ବିଭିନ୍ନ ଘର ଓ ଦୋକାନକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଅଛି ।କିନ୍ତୁ ଲୁହା ଖୁଣ୍ଟଟି ବହୁତ ପୁରୁଣା ହୋଇଯାଇଥିବାରୁ ଏହାର ତଳ ପଟେ ଜଙ୍କ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କିଛି ଦିନ ମଧ୍ୟରେ ପୋଲ୍ ଟି ରାସ୍ତା ଉପରେ ଧରାଶାୟୀ ହେବ ଏଥିରେ ସନ୍ଦେହ ନାହିଁ ।କିନ୍ତୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଅତି ନିକଟରେ ଥିବା ଏହି ପୋଲ୍ ଟି ଅପସାରଣ କରାଯାଇନଥିବାରୁ ଏହା ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ ବୋଲି ଚର୍ଚ୍ଚା ହେଉଛି ।ବର୍ତ୍ତମାନ ବର୍ଷା ଦିନ ଥିବାରୁ ପବନ ହେବାର ମଧ୍ୟ ସମ୍ଭାବନା ରହିଛି ।ଏହା ମୁଖ୍ୟ ରାସ୍ତା ଓ ମୁଖ୍ୟ ବଜାର ଉପରେ ଥିବାରୁ ପ୍ରତିଦିନ ଶହ ଶହ ଗାଡି ଯିବା ଆସିବା କରୁଛନ୍ତି ।ଏହା ନିକଟରେ ବହୁ ଦୋକାନ ବଜାର ଓ ସ୍ଥାୟୀ ବାସିନ୍ଦା ବସବାସ କରୁଛନ୍ତି ।ଖୁଣ୍ଟଟି ଯଦି ପଡିଯାଏ ତେବେ ବହୁ ଧନ ଜୀବନ ହାନି ହେବାର ଆଶଙ୍କା ରହିଛି ।ତେଣୁ ଏହି ଲୁହା ଖୁଣ୍ଟ ଟିକୁ ତୁରନ୍ତ ଅପସାରଣ କରି ନୁତନ ଖୁଣ୍ଟ ବସାଇବା ପାଇଁ ଅଞ୍ଚଳ ବାସିନ୍ଦା ଦାବି କରିଛନ୍ତି ।
ରିପୋର୍ଟ ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here