ଓଡିଶା ମୋ ପରିବାର ଆନୁକଲ୍ୟରେ ରକ୍ତଦାନ ଶିବର ଅନୁଷ୍ଠିତ

0
270

ରଙ୍ଗେଈଲୁଣ୍ଡା: ରଙ୍ଗେଇଲୁଣ୍ଡା ବ୍ଲକ୍ ବିଶ୍ଵନାଥ ପୁର ପଞ୍ଚାୟତ ହରଡଙ୍ଗ ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋ ପରିବାର ଆନୁକଲ୍ୟରେ ଏକ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ।ଏଥିରେ 51ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସାଂସଦ ପ୍ରସଂଶାପତ୍ର ବଣ୍ଟନ କରିଥଲେ। ଏଥିରେ ରାଜ୍ୟ ଜୀବନବିନ୍ଦୁ ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧକ୍ଷା ସିଏଚ. ଉଷାରାଣୀ, ପୂର୍ବତନ ବ୍ଲକ୍ ଅଧକ୍ଷ୍ୟା ପି.କମଳା ରେଡ୍ଡୀ, ବ୍ଲକ୍ ଉପାଧକ୍ଷ ଅଜିତ ଦାଶ, ବରିଷ୍ଠ ନେତା ପ୍ରତାପଚନ୍ଦ୍ର କୋଠିଆ, ଯୁବ ବିଜେଡ଼ି ଜିଲ୍ଲା ସଭାପତି ଲକ୍ଷ୍ମଣ ଚୌଧୁରୀ, ମହିଳା ସଭାନେତ୍ରୀ ବିଷ୍ଣପ୍ରିୟା ନାୟକ, ହଳଦିଆପଦର ସରପଞ୍ଚ ଏସ.ରାଜେଶ୍ୱରି ଦୋରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସିଏଚ. ଦିଲେଶ୍ୱର ରେଡ୍ଡୀ, ଦୀପକ ସାମନ୍ତ, ଜଗନ୍ନାଥ ସାବତ ସରପଞ୍ଚ ବାସନ୍ତୀ ଦାସ, ସସ୍ମିତା କୁମାରୀ ନାୟକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ହରଡଙ୍ଗ ଗ୍ରାମର ତାରିଣୀ ସେନ ଦାସ, ବିଶ୍ଵନାଥପୁର ପଞ୍ଚାୟତର ପି.ଲାଛମେୟା ରେଡ୍ଡୀ, ମୋହନ ରେଡ୍ଡୀ, ଗୋବିନ୍ଦ ରେଡ୍ଡୀ, ଡି.ଡିଲିଗା ରେଡ୍ଡୀ,ନକୁଳ ନାୟକ, ଭୈରବ
ନାୟକ ସମେତ ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ସହଯୋଗ ଦେଇଥିଲେ।

ରିପୋର୍ଟ:-ଉମା ଶଙ୍କର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here