ସାମ୍ବାଦିକଙ୍କ ପିତୃ ବିୟୋଗ

0
418

ବ୍ରହ୍ମପୁର : ସାମ୍ବାଦିକ ଶିବ ନାରାୟଣ ପଣ୍ଡାଙ୍କ ପିତା ତଥା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାଜୀବ ପଣ୍ଡାଙ୍କ ଶୁକ୍ରବାର ଦିନ ହାଉସିଂ ବୋର୍ଡ ଲକ୍ଷ୍ମଣ ନଗର ସ୍ଥିତ ନିଜ ବାସଗୃହରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ନିଳକଣ୍ଠେଶ୍ୱର ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସାମ୍ବାଦିକ ଶିବ ସହ ତାଙ୍କ ମାତା, ଅନ୍ୟ ଜଣେ ଭାଇ ଓ ଦୁଇ ଭଉଣୀ, ଜ୍ବାଇଁ ଉପସ୍ଥିତ ଥିଲେ । ସେ ଜଣେ ଉତ୍ତମ ଶିକ୍ଷାବିତ, ଛାତ୍ରବତ୍ସଳ ଓ ପରାଉପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ ଯେ ସେ ଲାଠି ଗ୍ରାମସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ଏଥି ସହିତ ସେ ପ୍ରବଚକ ଭାବେ ସୁନାମ ଅର୍ଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here