ପଙ୍କଳବାଡ଼ି ହାଇ ସ୍କୁଲରେ ଚାରି ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

0
279

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ପଙ୍କଳବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଏ-୧ ଗ୍ରେଡ ଏବଂ ଦୁଇ ଛାତ୍ର ଓ ଜଣେ ଛାତ୍ରୀ ଏ-୨ ଗ୍ରେଡରେ ୨୦୨୧ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜୁଲାଇ ୦୨ ତାରିଖ ଦିନ ବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ଛାତ୍ରୀ ଅପର୍ଣ୍ଣା କୁମାରୀ ଗୌଡ଼ ୫୪୧ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ର ସଚ୍ଚିଦାନନ୍ଦ ଗୌଡ଼ ୫୧୯ ମାର୍କ ରଖି ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଛାତ୍ରୀ ଧରିତ୍ରୀ ବେହେରା ଓ ଛାତ୍ର ମୁକେଶ ବିଷୋୟୀ ଉଭୟେ ୪୮୦ ମାର୍କ ରଖି ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପଙ୍କଳବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଅପର୍ଣ୍ଣା କୁମାରୀ ଗୌଡ଼,ସଚ୍ଚିଦାନନ୍ଦ ଗୌଡ଼, ଧରିତ୍ରୀ ବେହେରା ଓ ମୁକେଶ ବିଷୋୟୀ ଚାରିଜଣଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟରେ ୬୪ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ରଥ ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here