ଇନ୍ଦ୍ରାବତୀ ଖାତିଗୁଡ଼ା ମୁଖ୍ୟଯନ୍ତ୍ରୀ ତଥା ବେଶୀନ ମ୍ୟାନେଜର ଙ୍କୁ ବିଜେପି ର ଦାବିପତ୍ର

0
350

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଖାତିଗୁଡା ଠାରେ ସ୍ଥାପିତ ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଇନ୍ଦ୍ରାବତୀ ଓ କୋଲାବ ବେସିନ କାର୍ଯ୍ୟାଳୟ ଜୟପୁର କୁ ସ୍ଥାନାନ୍ତର ନ କରିବାକୁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଜଗଦୀଶ ବିଶୋଇ ଙ୍କ ନେତୃତ୍ୱ ଆସି ଏକ ଦାବିପତ୍ର ମୁଖ୍ୟଯନ୍ତ୍ରୀ ଶତୃଘନ ମହାରଣା ଙ୍କୁ ଦେଇଛନ୍ତି। କ୍ୟାଡର ଇଂଜିନିୟରିଂ ପୁନର୍ବିନ୍ୟାସ ନାମରେ ଦୀର୍ଘ ବର୍ଷ ହେବ ସ୍ଥାପିତ ଏକ କାର୍ଯ୍ୟାଳୟକୁ ସ୍ଥାନାନ୍ତର ଅନ୍ୟାୟ। ପ୍ରଥମେ ପୁନର୍ବିନ୍ୟାସ ରେ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟ ଓ ଫାଇଲ ସମ୍ବନ୍ଧରେ କିଛି ଉଲ୍ଲେଖ ନାହିଁ। ଏପରି ସ୍ଥଳେ ଇନ୍ଦ୍ରାବତୀ ପ୍ରକଳ୍ପ ର ଫାଇଲ ତଥା ଇନ୍ଦ୍ରାବତୀ ବେସିନ ର କାର୍ଯ୍ୟ କିପରି ଜୟପୁର ରୁ କାର୍ଯ୍ୟକାରୀ ହେବ ବୋଲି ଦଳ ପ୍ରଶ୍ନ କରିଛି। ପ୍ରସ୍ତାବିତ କେନାଲ ଓ ମିନି ଶକ୍ତି ପ୍ରକଳ୍ପ କାର୍ଯ୍ୟ କିପରି ହେବ। ଶକ୍ତି ବିଭାଗ ଅଧୀନରେ ଥିବା କାର୍ଯ୍ୟ କାର୍ଯ୍ୟ ଠିକ ରୂପେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କରୁ ନଥିବାରୁ ତାହା ଅଧୀନରେ ଥିବା ସିଭିଲ ବିଭାଗକୁ ଜଳସମ୍ପଦ ବିଭାଗ କୁ ଆଣି ଏଠାରେ ପୂର୍ବ ଭଳି ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଜାରି ରଖିବାକୁ ଦାବୀ ପତ୍ର ରେ ଉଲ୍ଲେଖ ଅଛି। ଏଠାରେ କାର୍ଯ୍ୟରତ ବିସ୍ଥାପିତ ପରିବାର ସଦସ୍ୟ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଦଳ ଦାବି କରିଛି। ଇନ୍ଦ୍ରାବତୀ ସ୍ଥିତ ମୁଖ୍ୟଯନ୍ତ୍ରୀ କାର୍ଯ୍ୟ ପରିସର ବୃଦ୍ଧି କରି ନଦୀବନ୍ଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଶକ୍ତିବିଭାଗରୁ ଜଳସେଚନ ବିଭାଗ କୁ ଆଣିବାକୁ ଦାବି ରଖିଛି। ଦାବି ପତ୍ର ପ୍ରଦାନ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝି,ପ୍ରଦୀପ ସାହ, ଅକ୍ଷୟ ମହାନ୍ତି,ହରେକୃଷ୍ଣ ମୁଦୁଲି,ବିଶ୍ୱନାଥ ସିଂ,ମହେଶ୍ୱର ଦଳେଇ,ବାବୁଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here