ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ଭଂଜନଗର ଜୀଵନ ବୀମା ନିଗମ ଅଭିକର୍ତା ସଙ୍ଘର ବିଶ୍ରାମ ଦିବସ ପାଳନ

0
430

ଭଂଜନଗର: ସର୍ବଭାରତୀୟ ଜୀଵନ ବୀମା ଅଭିକର୍ତା ସଙ୍ଘର ସଭାପତି ଶ୍ରୀଯୁକ୍ତ ଦେବୀ ଶଙ୍କର ଶୁକ୍ଳା ଙ୍କ ଆହ୍ୱାନ ରେ ଭଂଜନଗର ଶାଖା ଅଭିକର୍ତା ସଙ୍ଘ ତତ୍ୱ ସହିତ ବୁଗୁଡା ଅଭିକର୍ତା ସଙ୍ଘ ତରଫରୁ ତା ୧୬/୬/2021 ଠାରୁ ୩୦/୬/2021 ପର୍ଯ୍ୟନ୍ତ ସମସ୍ତ ଅଭିକର୍ତା ଵିଶ୍ରାମ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ପ୍ରକାଶ ଥାଉକି କିଛି ଦିନ ପୂର୍ବ ରୁ ସଭାପତି ଶ୍ରୀଯୁକ୍ତ ଶୁକ୍ଳା ଜୀଵନ ବୀମା ନିଗମ ର ଚ୍ୟାରମ୍ୟନ ଙ୍କୁ ଅଭିକର୍ତା ମାନଙ୍କ ନ୍ୟାର୍ଯ୍ୟ ଦାବୀ ସମ୍ପର୍କରେ ବାରମ୍ବାର ପତ୍ର ଲେଖିଥିଲେ କିନ୍ତ ନିଗମ ତରଫରୁ କୋଣସି ଉତ୍ତର ନ ଆସିବାରୁ ସଙ୍ଘ ତରଫରୁ ବିଶ୍ରାମ ଦିବସ ପାଳନ ପାଇଁ ନସ୍ପତି ନିଆଯାଇଛି। ଦାବୀ ମଧ୍ୟରେ କରନା ସମୟରେ ପଲିସ ଧାରୀ ଙ୍କ ତିନି ମାସର ଲେଟ ଫିସ ଉଚ୍ଛେଦ, କରନା ରେ ସଂକ୍ରମିତ ହୋଇ ଅଭିକର୍ତା ଙ୍କ ମୃତ୍ୟୁ ହେଲେ ଏକ କୋଟି ଟଙ୍କା ପରିବାର କୁ ଦିଆଯିବ, ଲକଡାଉନ ସମୟ ରେ ବନ୍ଦ ହୋଇଯାଇଥିବା (lapsation) ପଲିସ ବିନା ସର୍ତ୍ତ ରେ ପୁନଃ ଚାଳିତ, ଦୁଇ ଶହ କୋଟି ଟଙ୍କା ର ଅଭିକର୍ତା କୋଷ ର ସ୍ଥାପନା, ଅଭିକର୍ତା ରେଗୁଲେଶନ ଆକ୍ଟ ର ବିଭିନ୍ନ ଧାରା ର ପରିବର୍ତ୍ତନ, ଏକ ଲକ୍ଷ ଟଙ୍କା ତତ୍କାଳିନ କୋଭିଡି ଏଡଭାନ୍ସ ଇତ୍ୟାଦି ଦାବୀ ନେଇ ଅଭିକର୍ତା ସଙ୍ଘ ଏହି ବିଶ୍ରାମ ଦିବସ ପାଳନ କରୁଛି। ଏହି ଅବସର ରେ ଭଂଜନଗର ଅଭିକର୍ତା ସଙ୍ଘର ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଦାସ, ପ୍ରଶାନ୍ତ କୁମାର ରଥ, ଦିଲ୍ଲୀପ କୁମାର ରାହା, ଗିରିଜା ପ୍ରାସାଦ ତ୍ରିପାଠୀ, ରାମ ଚନ୍ଦ୍ର ମିଶ୍ର, ଅନିଲ କୁମାର ରାଓ, ଭଞ୍ଜ କିଶୋର ଗୌଡ଼, ଦିଲ୍ଲୀପ ପାଳ, ମନୋଜ ରାଉତ, ଗରୁଡ଼ ପ୍ରଧାନ, ରବୀନ୍ଦ୍ରନାଥ ଭୂୟାଁ , ଶିବ ଶଙ୍କର ସ୍ୱାଇଁ, ସନ୍ୟାସୀ ସ୍ୱାଇଁ, ରଞ୍ଜନ ସ୍ୱାଇଁ, ପ୍ରମୋଦ କୁମାର ପାଢୀ, ସୂର୍ଯ୍ୟ ନାରାୟଣ ପଣ୍ଡା, ଜିତେନ୍ଦ୍ର ନାୟକ ଏବଂ ସମ୍ପାଦକ ବସନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ଶାଖା ର ସୀମାଞ୍ଚଳ ଖଟେଇ, ଗୋକୁଳ ଦୋରା , କୈଳାସ ଚନ୍ଦ୍ର ଗୋଡ଼ ଉପସ୍ଥିତ ଥିଲେ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here